ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥରାଶି ପ୍ରଦାନ
ବାଲେଶ୍ୱର (ସରୋଜ ପଣ୍ଡା) : କରୋନା ସଂକ୍ରମଣ ଜନିତ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି । ବାଲେଶ୍ୱର ସଦର ଆଙ୍କୋ ଅଂଚଳର ମା ବାସୁକି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ତରଫରୁ ସଭାପତି ସୁମତି ଭକ୍ତ, ସମ୍ପାଦିକା ଜ୍ୟୋତ୍ସ୍ନା ରାଣୀ ବେହେରା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଜରିଆରେ ୧୧ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଜଳେଶ୍ୱର ପୌରାଂଚଳର ବାବା ସିଦ୍ଧେଶ୍ୱର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ଦୀପ୍ତି ପଟ୍ଟନାୟକ, ସମ୍ପାଦିକା ମାମୁନି ପରିଡାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟାମାନଙ୍କ ତରଫରୁ ୨୫୦୦ ଟଙ୍କାର ଅର୍ଥରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରାଯାଇଛି । ଏଥି ସହିତ ସେମାନେ ସଫେଇ କର୍ମଚାରୀମାନଙ୍କୁ ମାସ୍କ, ଟିଫିନ ଓ ସାବୁନ ବଂଟନ କରିଛନ୍ତି । ସେହିପରି ବାଲେଶ୍ୱର ଈଶାନନଗର ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟିକା ଗୋଷ୍ଠୀ ତରଫରୁ ସଭାପତି ମାଳତୀ ପୁଟି ଏବଂ ସମ୍ପାଦିକା ଭାରତୀ ଦାସ ୨ହଜାର ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମମାଳା ମିଶ୍ର, ମିଶନ ଶକ୍ତି ଡିପିସି ବିଶ୍ୱଜିତ ପରିଡା, ସିଡିପିଓ ବିନିତାମଣି ସିଂ, ବିପିସି ଲୋପାମୁଦ୍ରା ପରିଡା, ଡିଏମଏସସି ଯଜେ୍ଞଶ୍ୱରୀ ପଣ୍ଡା ପ୍ରମୁଖ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ଏଭଳି କାର୍ଯ୍ୟର ପ୍ରଶଂସା କରିଛନ୍ତି ।