‘କରୋନା’ ଲଢେଇ ପାଇଁ ତିନି ଭାଇ ସମର୍ପିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):କରୋନା ହାରିବ ,ମାନବ ସମାଜ ଜିତିବ ।ସାରା ମାନବ ସମାଜ ଆଜି ‘ କରୋନା’ ମହାମାରୀ ପାଇଁ ଭୟଭୀତ ଓ ଚିନ୍ତିତ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ ଡାଉନ୍ ଜାରି ରଖିଛନ୍ତି । ଚୈତ୍ର ମାସରେ ଖରା ଏବେ ୪୧ ଡିଗ୍ରୀ ଛୁଇଁ ଲାଣି ।ଏହି ପ୍ରଚଣ୍ଡ ରୌଦ୍ରତାପରେ ଦେଶ୍ ରକ୍ଷକ ପୋଲିସ ଭାଇ ଭଉଣୀ ମାନେ ଅମାନିଆ ଲୋକଙ୍କୁ ସଚେତନ ଏବଂ ତାଗିଦ୍ କରିବା ପାଇଁ ମୁଣ୍ଡଫଟା ଖରାରେ ଛିଡ଼ା ହୋଇଛନ୍ତି । ପାଖରେ ପାଣି ନାହିଁ ବେଳେ ବେଳେ ଖାଦ୍ୟ ନାହିଁ ।ଅଂଶଘାତକୁ ଭୃକ୍ଷେପ ନ କରି ନିଜର ଦେଶ ମାତୃକା ପ୍ରତି କର୍ତ୍ତବ୍ୟ କୁ ନିଷ୍ଠାର ସହ ନିଭାଇ ଚାଲିଛନ୍ତି । ଏଭଳି ମନବୀ଼ୟ ସେ ଶୋଚନୀୟ ନେଇ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ଜୁନିଅର ରେଡକ୍ରସ ଅଫିସର ଶିକ୍ଷକ ସ୍ମୃତି ରଂଜନ ପାଣି ଦିର୍ଘ ଦିନ ହେଲା ତାଙ୍କ ସହଯୋଗୀଙ୍କ ସହ ନିର୍ଦ୍ଧୁମ ଖରାରେ ବୁଲି ବୁଲି ପୋଲିସ ଭାଇ ଭଉଣୀ ମାନଙ୍କୁ ବାଲଟି ବୋହି ବୋହି ଛକକୁ ଛକ ସର୍ବତ ଏବଂ ଗ୍ଲୁକୋଜ ପାଣି ପିଆଉଛନ୍ତି। ଏଭଳି ଜଟିଳ ପରିସ୍ଥିତିରେ ନିଜର କଷ୍ଟକୁ ତୁଛାକୁ ମନେକରି ସ୍ମୃତି ସାରଙ୍କ ମାନବପଣିଆ ନେଇ ସେ ଆଜି ସବୁଠି ପ୍ରଶଂସିତ । ସେହିଭଳି ତାଙ୍କର ମଝିଆଁ ଭାଇ ବିଜୟ ପାଣି ମହାରାଷ୍ଟ୍ରର ପୁନେ ସହରର ପ୍ରବାସୀ ଓଡ଼ିଆ ଅସଂଗଠିତ ୪୦୦ରୁ ଉର୍ଦ୍ଧ୍ବ ଶ୍ରମିକଙ୍କୁ ଲକ୍ ଡାଉନ୍ ସମୟରେ ଘରକୁ ଘର ଯାଇ ଚାଉଳ,ଆଳୁ,ଡାଲି ଯୋଗାଇ ଦେଇ ସେମାନଙ୍କ ଦୁଃଖସୁଖ ବୁଝୁଛନ୍ତି । ସେହିଭଳି ତାଙ୍କର ପୈତୃକ ଘର ଜଗତସିଂହପୁର ଜିଲ୍ଲାର ବାହାରଣା ଗାଁ ରେ ତାଙ୍କର ବଡ଼ଭାଇ ରାଜେନ୍ଦ୍ର ପାଣି ଗାଁରେ ଦୁଖୀରଙ୍କୀଙ୍କୁ ମାଗଣାରେ ରେସନ ଯୋଗାଇବା ସହ ହାଲଚାଲ ବୁଝୁଛନ୍ତି ।ଏଭଳି ଜାତୀୟ ବିପର୍ଯ୍ୟୟ ସମୟରେ ପାଣି ବ୍ରଦର୍ସଙ୍କ ଏଭଳି ସମାଜ ସେବା କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।


