ବିଜତଳାରେ ସଂଗରୋଧ କେନ୍ଦ୍ର ବିଶୋଧିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):’କରୋନା’ଭୂତାଣୁକୁ ପ୍ରତିହତ କରିବା ପାଇଁ ମୟୂରଭଂଜ ଜିଲ୍ଲାର ବିଜାତଳା ବ୍ଲକର ସମସ୍ତ ସଙ୍ଗରୋଧ କେନ୍ଦ୍ର ସମେତ ବିଜାତଳା ପଞ୍ଚାୟତ ସମିତି କାର୍ଯ୍ୟାଳୟ,ତ‌ସିଲହାଟ, ପଞ୍ଚାୟତ ଅଫିସ୍, ଦୋକାନ, ସରକାରୀ କାର୍ଯ୍ୟାଳୟ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା, ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ସଙ୍ଗରୋଧକେନ୍ଦ୍ର, ସ୍ବାସ୍ଥ୍ୟ କେନ୍ଦ୍ର ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ ବିଜାତଳା ବିଡ଼ିଓ ତ୍ରିନାଥ ମାଝୀ,ବିଜାତଳା ଅଗ୍ନିଶମ ଅଧିକାରୀ ଧୀରେନ୍ଦ୍ର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଶୋଧନ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଯାଇଛି । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା। ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଲୋକମାନଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନ କରାଇଥିଲେ । ଅଯଥାରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିମାଇଁ ମୁର୍ମୁ ଲୋକ ମାନଙ୍କ ର ସୁବିଧା ଅସୁବିଧା ବୁଝିବା ସହ ଲୋକମାନେ କିଭଳି ପଦାକୁ ଵେଶି ନ ବାହାରିବା ଏବଂ ହାତ ମୁଁହ ସାବୁନରେ ଧୋଇବା,ମାସ୍କ ପିନ୍ଧିବା ନେଇ ସଚେତନ ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସୁରାଇ ମାର୍ଣ୍ଡି, ନିମାଇଁ ଜେନା, ପ୍ରଶାନ୍ତ ପରିଡ଼ା,ଭାଗବତ ସାହୁ,ଦୀପକ ମୁର୍ମୁ,ହିତେଶ ନାଏକ,ରାଜେଶ ନନ୍ଦ, ଅଶ୍ବିନୀ ଭାଗବତ ସାହୁ ପ୍ରମୁଖ ସାନିଟାଇଜେସନରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ