ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ଶାସନ ଆମ୍ବଗାଁ ଶିବ ମନ୍ଦିର ପରିସରରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଶୁକ୍ରବାର ସନ୍ଧ୍ୟାରେ ଅତର୍କିତ ପୋଲିସ ଚଢାଉ କରିଛି । ଚଢାଉ ସମୟରେ ୩ ଜଣ ଜୁଆଡ଼ିଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଥିବା ବେଳେ ବହୁ ଜୁଆଡ଼ି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି । ଗିରଫ ହୋଇଥିବା ତିନି ଜୁଆଡିଙ୍କ ଠାରୁ ନଗଦ ୧୦ ହଜାର ୭୮୫ ଟଙ୍କା ସମେତ ୨ ଟି ସେଲ୍ ଫୋନ୍ ଓ ୫ ଟି ମୋଟର ସାଇକେଲ ଜବତ କରାଯାଇଛି । ଗିରଫ ଜୁଆଡ଼ି ମାନଙ୍କ ପରିଚୟ ବ୍ରହ୍ମପୁର ଅଂଚଳର ସତ୍ୟ ନାରାୟଣ ବେହେରା, ଶ୍ରୀକାନ୍ତ ସାହୁ ଓ କେ. ବାବୁଲା ବୋଲି ଜଣାପଡିଛି । ଏ ନେଇ କେସ ନଂ- ୧୪୯/୧୯ ରେ ଏକ ମାମଲା ରୁଜୁ କରାଯାଇଛି । ଶନିବାର ଦିନ ଗିରଫ ୩ ଜୁଆଡ଼ିଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ