ମାଛ ମାର୍କେଟରେ ସାମାଜିକ ଦୂରତା ଭୂଲି ଯାଉଛନ୍ତି ଲୋକେ

ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ବିଶ୍ୱ ଲକ୍ ଡାଉନ୍ ଭଳି ପନ୍ଥାକୁ ଆପଣାଇଛନ୍ତି । ଏଥିନେଇ କେନ୍ଦ୍ର ଓ ରାଜ୍ୟ ସରକାର ଲୋକ ମାନଙ୍କୁ ସଚେତନ କରାଇବା ସହିତ ଘରେ ରହିବା ଓ ସାମାଜିକ ଦୂରତା ପାଳନ କରିବାକୁ ଅନୁରୋଧ କରିଛନ୍ତି । ମାତ୍ର ସରକାରଙ୍କ ସମସ୍ତ ପ୍ରଚେଷ୍ଟାକୁ କିଛି ଲୋକ ପାଳନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଦେଖାଯାଇଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆଜି(ରବିବାର) ବନ୍ତ ସାପ୍ତାହିକ ହାଟରେ । ପ୍ରଶାସନ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପକ୍ଷରୁ ଲୋକ ମାନଙ୍କୁ ସଚେତନ କରାଯାଉଥିବା ବେଳେ ଅପର ପାଶ୍ୱର୍ରେ ଥିବା ମାଛ ମାର୍କେଟରେ ଲୋକ ମାନେ ସାମାଜିକ ଦୂରତାକୁ ଭୁଲି ମାଛ କିଣୁ ଥିବା ଦେଖାଯାଇଥିଲା । ପରେ ତହସିଲଦାର ଓ ଆଇଆଇସି ମାଛ ମାର୍କେଟରେ ପହଂଚି ଲୋକ ମାନଙ୍କୁ ବାଡେଇବା ସହ ତାଗିଦ୍ କରିବା ପରେ ଗହଳି ହଟି ଥିବା ଦେଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ