ବୁଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସଙ୍ଗରୋଧ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା,ସମସ୍ତଙ୍କୁ ସ୍ୱାସ୍ଥ୍ୟ ଠିକ

ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଆର.ବି.ଏସ.କେ.ଟିମ ପକ୍ଷରୁ ସୋମବାର ଦିନ ବୁଗୁଡା ବ୍ଲକର ସୋରଡ଼ ଓ ଏ କରଡ଼ାବାଡ଼ି ଗ୍ରାମରେ ନିଜ ଘରେ ସଙ୍ଗରୋଧରେ ଥିବା ବ୍ୟକ୍ତି ଏବଂ ବିଷ୍ଣୁଚକ୍ରର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିବା ସନ୍ଦିଗ୍ଧ ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।ଆର ବି ଏସ କେ ଟିମର ଡାକ୍ତର ପଦାରବିନ୍ଦ ଷଡଙ୍ଗୀ, ଡାକ୍ତର ହିମାଂଶୁ ଶେଖର ପଣ୍ଡା ଓ ଡାକ୍ତର ଚିନ୍ମୟୀ ସାମନ୍ତରା ପ୍ରଥମେ ଏ କରଡ଼ାବାଡ଼ି ଓ ସୋରଡ଼ ଗ୍ରାମରେ ନିଜଘରେ ସଙ୍ଗରୋଧ ରେ ଥିବା ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ ଥିବା ବେଳେ କାହାଠାରେ ମଧ୍ୟ କରୋନା ଲକ୍ଷଣ ନଥିବା ପ୍ରକାଶ କରିଥିଲେ। ଏଥିସହ ବିଷ୍ଣୁଚକ୍ର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ୯ ଜଣ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ କରୋନା ସଂକ୍ରମଣର କୌଣସି ଲକ୍ଷଣ ନଥିବା ଯୋଗୁଁ ନିଜ ଘରେ ସଙ୍ଗରୋଧରେ ରହିବ ପାଇଁ ପରାମର୍ଶ ଦେଇଥିଲେ। ଏଥି ସହ ଡାକ୍ତରୀ ଟିମ ସମସ୍ତେ ସରକାରୀ ନିୟମକୁ ମାନି ମାସ୍କ ପିନ୍ଧିବା, ସାବୁନରେ ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ୱ ବଜାୟ ରଖିବା, ଶାର୍ଦ୍ଦି ବା କାଶ ହେଲେ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ କରିବା ନେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ