୭୬ତମ ରାଜ୍ୟସ୍ତରୀୟ ପୋଲିସ୍ ଭଲିବଲ ଓ ବାସ୍କେଟ ବଲ ଚମ୍ପିୟନ ସିପ୍ ଉଦ୍ଯାପିତ

କେନ୍ଦ୍ରାପଡା ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡା ଜିଲ୍ଲା ପୋଲିସ ଆନୁକୁଲ୍ୟରେ ଅନୁଷ୍ଠିତ ୭୬ତମ ରାଜ୍ୟସ୍ତରୀୟ ପୁଲିସ ଭଲିବଲ ଓ ବାସ୍କେଟ ବଲ ପ୍ରତିଯୋଗୀତା ଉଦ୍ଯାପିତ ହୋଇଯାଇଛି । କେନ୍ଦ୍ରାପଡା ହାଇସ୍କୁଲ ପଡିଆରେ ଓଡିଶା ଫାୟାର ସର୍ଭିସେସ୍ ଏବଂ କମିଶେନରେଟ ପୋଲିସ୍ (ବି) ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଓଡିଶା ଫାୟାର ସର୍ଭିସେସ୍, କମିଶନରେଟ୍ ପୁଲିସ(ବି)କୁ ୩-୧(୨୫-୨୧,୨୭-୨୫,୨୬-୨୮,୨୫-୨୦ ପଏଣ୍ଟ) ସେଟ୍ରେ ପରାଜିତ କରି ଚମ୍ପିୟନ ଆଖ୍ୟା ଅର୍ଜନ କରିଛି । ତୃତୀୟ ସ୍ଥାନପାଇଁ ଅନୁଷ୍ଠିତ ମ୍ୟାଚରେ କମିଶେନରେଟ ପୋଲିସ (ଏ) ଝାରସୁଗୁଡାର ଓ.ଏସ.ଏପି. ଦ୍ୱିତୀୟ ବାଟାଲିୟନକୁ ପରାଜିତ କରି ତୃତୀୟସ୍ଥାନ ଅଧିକାର କରିଛି । ସେହିପରି ବାସ୍କେଟ ବଲ ପ୍ରତିଯୋଗୀତାରେ କୋରାପୁଟର ତୃତୀୟ ବାଟାଲିୟନ କଟକର ଷଷ୍ଠ ବାଟାଲିୟନକୁ ୬୪-୬୩ ପଏଣ୍ଟରେ ପରାଜିତ କରି ଚମ୍ପିୟନ ଆଖ୍ୟା ଅର୍ଜନ କରିଛି । ସେହିପରି ତୃତୀୟ ସ୍ଥାନ ପାଇଁ କମିଶେନରେଟ୍ ପୋଲିସ (ଏ) ଅଷ୍ଟମ ବାଟାଲିୟନ ଛତ୍ରପୁରକୁ ପରାଜିତ କରି ତୃତୀୟସ୍ଥାନ ଅଧିକାର କରିଛି । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିରୂପେ ଓଡିଶା ପୋଲିସ ଅପରାଧ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଏବଂ ଆଇ.ଜି.ପୁଲିସ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ (ଟୁର୍ଣ୍ଣାମେଣ୍ଟ ଚେୟାରମ୍ୟାନ) ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତି ଶେଖର(ସାଂଗଠନିକ ସମ୍ପାଦକ) ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଜୟୀ ଦଳଗୁଡିଙ୍କୁ ପୁରସ୍କାର ପ୍ରଦାନ କରିବା ସହ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ । କ୍ରୀଡା ବିକାଶ ନିମନ୍ତେ ପୁଲିସ ବିଭାଗର ଆବଶ୍ୟକତା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ଭଲି ବଲ ବିଭାଗର ସଞ୍ଜୀବ କେରକେଟା ବେଷ୍ଟ ଆଟାକର, ରେସମ ଲାଲ ଶ୍ରେଷ୍ଟ ବେଷ୍ଟ ସେଟର, ସେକ୍ ପରବେଜ ବେଷ୍ଟ ଖେଳାଳି ଏବଂ ବାସ୍କେଟ ବଲ ବିଭାଗର ଅଭିଷେକ ପୁଷ୍ପାଳୟ ବେଷ୍ଟ ସ୍କୋରର୍ ,ଜଉକିମ ଲାକ୍ରା ବେଷ୍ଟ ଯୁବ ଖେଳାଳି ,ଅଲେଖ ଲାକ୍ରାଙ୍କୁ ବେଷ୍ଟ ଖେଳାଳି ଭାବେ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗୀତାରେ ଅଫିସିଆଲ ଏବଂ ସହଯୋଗୀମାନଙ୍କୁ ଉପଢୋକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ୬ଦିନ ବ୍ୟାପି ଅନୁଷ୍ଠିତ ଏହି ପ୍ରତିଯୋଗୀତାକୁ ରାଜ୍ୟ ପୋଲିସ କ୍ରୀଡା ଅଧିକାରୀ ବିଭୁତି ଭୂଷଣ ପରିଡା, ରିଜର୍ଭ ପୁଲିସ ଇନିସପେକ୍ଟର ହେମନ୍ତ କୁମାର ଦାସ,ଡେପୁଟି କମାଣ୍ଡାଣ୍ଟ ଭବାନୀ ଶଙ୍କର ସେଠ୍, ସୁରେନ୍ଦ୍ର ନାଥ, ଆଥେଲେଟିକ କୋଚ ଶୈଳେନ୍ଦ୍ର ପ୍ରସନ୍ନ ଜେନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁଣ କୁମାର ଜେନା, ଅମିତା ପଟ୍ଟନାୟକ, କେନ୍ଦ୍ରାପଡା ଏସ.ଡି.ପି.ଓ.ରାଜୀବ ଲୋଚନ ପଣ୍ଡା, ଡିଏସପି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, ଟାଉନ ଥାନା ଅଧିକାରୀ ଦେବାଶିଷ ମିଶ୍ର, ଭଲିବଲ କୋଚ(ପୋଲିସ) ବିଚିତ୍ରାନନ୍ଦ ବିଶ୍ୱାଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ