ଭିଏଚ୍‌ପି ତରଫରୁ ରାଜଧାନୀରେ କରୋନା ଯୋଦ୍ଧା ସମ୍ମାନୀତ

ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : ଭୟଙ୍କର କରୋନା ଭାଇରସ ଆତଙ୍କରେ ସାଧାରଣ ଜନତା ଯେତେବେଳେ ଭୟଭିତ ସେହି ସମୟରେ ସାଧାରଣ ଜନତାଙ୍କ ସେବାରେ ନିଜ ନିଜର ଜୀବନକୁ ପାଣି ଛଡାଇ କର୍ତବ୍ୟ କରୁଛନ୍ତି କୋଭିଡ ଯୋଦ୍ଧା ସଫେଇ କର୍ମଚାରୀ ଭାଇ ଓ ଭଉଣୀମାନେ । କରୋନା ପାଇଁ ଲକ୍ ଡାଉନ ଥିବାରୁ ସମସ୍ତ ଦୋକାନ ବଜାର ବନ୍ଦ । କିନ୍ତୁ ଏହି ସମୟରେ ବନ୍ଦ ହୋଇ ନାହିଁ ସେମାନଙ୍କର ସ୍ୱଚ୍ଛତା କାର୍ଯ୍ୟକ୍ରମ । ଭୁବନେଶ୍ୱର ମହାନଗରର କୋଭିଡ ଯୋଦ୍ଧା ସଫେଇ କର୍ମଚାରୀ ଭାଇ ଓ ଭଉଣୀମାନେ ସକାଳୁ ସକାଳୁ କରୋନାକୁ ନଡରି ନିଜ ନିଜ କାମରେ ଲାଗି ଯାଉଛନ୍ତି । ଆଜି ବିଶ୍ୱହିନ୍ଦୁ ପରିଷଦ ଓ ଯୋଗ କେନ୍ଦ୍ରର ଭାଇ ଭଉଣୀମାନଙ୍କ ଦ୍ୱାରା ସରକାରୀ ନିୟମ କଟକଣାକୁ ପାଳନ କରି ୱାଡ ନମ୍ବର ୪୭,୪୮ ଓ ୪୯ ର ସେହିି କୋଭିଡ ଯୋଦ୍ଧା ଭାଇ ଓ ଭଉଣୀମାନଙ୍କୁ ସମ୍ବଦ୍ଧିତ କରାଯାଇଛି । କୋଭିଡ ଯୋଦ୍ଧା ସାମ୍ବାଦିକମାନଙ୍କୁ ମଧ୍ୟ ଏଠି ସମ୍ମାନୀତ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଆନନ୍ଦ କୁମାର ପାଣ୍ଡେ,ପ୍ରତାପ ଷଡଙ୍ଗୀ, ଶରତ କୁମାର ସାହୁ, ବିଦୁଲତା ସ୍ୱାଇଁ, ଚିନ୍ମୟୀ ଜେନା,କୁମୁଦ ପଟ୍ଟନାୟକ, ଶରତ କୁମାର ମହାପାତ୍ର, କ୍ଷୀରୋଦ ଚନ୍ଦ୍ର ଶତପଥି ପ୍ରମୁଖ ଉପସ୍ଥିତ ଥିଲେ । ମାର୍ଚ୍ଚ ୩୧ ତାରିଖ ଠାରୁ ପ୍ରତ୍ୟେକ ଦିନ ସକାଳ ସମୟରେ ୯୦ରୁ ଉର୍ଦ୍ଧ୍ୱ କୋଭିଡ ଯୋଦ୍ଧାଙ୍କୁ ଚାହା ଓ ବିସ୍କୁଟ ସାମାଜିକ ଦୂରତ୍ୱ ରଖି ବଂଟନ କରାଯାଉଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ