କଲବୈଶାଖୀ ତାଣ୍ଡବରେ ଉଡିଗଲା ଘର ଛପର

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାତ୍ର ପାୟ ଆଠଟା ସମୟରେ କଳାହାଣ୍ଡିଆ ମେଘ ଆସି କାଳ ବୈଶାଖୀ ତାଣ୍ଡବ ରଚିଥିଲା ଅଞ୍ଚଳରେ। ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରବଳ ପଵନ ହୋଇଥିବାରୁ ବିଭିନ୍ନ ଗଛ ଉପାଡି ଯାଇଥିବା ଜଣା ପଡିଛି। ସେହିପରି ରାୟଗଡା କଲ୍ୟାଣସିଂହପୁର ୪୫ରାଜ୍ୟ ରାଜପଥ ଶିକର ପାଇ ଠାକୁରାଣୀ ମନ୍ଦିର ଆମ୍ବ ତୋଟା ନିକଟରେ ଏକ ଆମ୍ବ ଗଛ ରାସ୍ତା ଉପରେ ପଡିଯିବାରୁ ରାସ୍ତାରେ ଯାତାୟାତ ଏକ ପ୍ରକାର ଠପ ହୋଇ ଯାଇଛି।ଉକ୍ତ ରାସ୍ତାରେ ଯିବାଆସିବା ଯାନ ବାହନ ଗୁଡାକ ଅଟକି ଯାଇଥିବାରୁ ଯାତ୍ରୀମାନେ ରାତ୍ରରେ ବହୁ ଅସୁବିଧାରେ ସମୁଖୀନ ହେବାକୁ ପଡୁଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ପରେ ଏଣୁ ଅଗ୍ନିଶମ ବିଭାଗ ଯୁଦ୍ଧ କାଳୀନ ଭିତରେ ଆସି ରାସ୍ତା ସଫା କରିଥିଲେ। ସେହିପରି ଶିକର ପାଇ ଠାରୁ କଲ୍ୟାଣସିଂହପୁର ଆସିଥିବା ୩୩କେଭି ତାର ଉପରେ ଗଛ ପଡି ଯିବାରୁ ଗତ ରାତ୍ର ଠାରୁ ଦିନସାରା ବିଜୁଳି ଆସୀନଥିବାରୁ ଅଂଚରେ ପିଇବା ପାଣି ପାଇଁ ଆହାକାର ହୋଇ ପଡିଛି। ଅନେକ ଘର ଅନ୍ଧାରରେ କାଳତିପାତ କରୁଥିଲେ। ଇନଭଟର ମଧ୍ୟ କାମ କାରୁନଥିବାରୁ ଅଞ୍ଚଳବାସୀ ଉଦବେଗ ପ୍ରକାଶ କରିଛନ୍ତି। ଦୃଷ୍ମ ପୂର୍ବରୁ ମରାମତି ନାମରେ ବିଜୁଳି କାଟି କାର୍ଯ୍ୟ କରିଥିଲେ ମଧ୍ୟ କଲ୍ୟାଣସିଂହପୁର ଭଳି ସଦରରେ ଏଭଳି ସମସ୍ୟା ଏବେ ଗ୍ରାମାଞ୍ଚଳ କଥା କିଏ ପଚାରେ ବୋଲି ସାଧାରଣରେ ଆଲୋଚନା ହେଉଛି।ଗତ ରାତରେ ସିଙ୍ଗାରି ପଞ୍ଚାୟତ ବରୁଗୁଡା ଗ୍ରାମର ୱାନ୍ଦଲାକା  ଚନ୍ଦନଙ୍କ କାଳ ବୈଶାଖୀରେ ଚପର ଉଡିଯିବାରୁ ପରିବାରକୁ ନେଇ କୋଉଠି ରହିବି ବୋଲି ଚିନ୍ତା କରୁଛି। ରାଜସ୍ୱ ବିଭାଗ ତୁରନ୍ତ ପଲିଥିନ ଯୋଗାଇବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ