ମସ୍ତିଷ୍କକୁ ସକ୍ରିୟ ରଖେ ସ୍ୱପ୍ନ

ସ୍ୱପ୍ନ କିଏ ବା ନ ଦେଖେ । କିନ୍ତୁ ଏହା କେତେ ବାସ୍ତବତାର ରୂପ ନିଏ ତାହା ଭିନ୍ନ କଥା, ହେଲେ କେତେକ ଏହି ସ୍ୱପ୍ନକୁ ନେଇ ଭାବନା ରାଇଜରେ ବୁଡ଼ି ଯାଇଥାନ୍ତି । ନିକଟରେ “ସ୍ୱପ୍ନର ମସ୍ତିଷ୍କ ଉପରେ ପ୍ରଭାବ’ ବିଷୟକୁ ନେଇ ଜର୍ମାନୀର ମନୋବିଜ୍ଞାନୀମାନେ ଏକ ଗବେଷଣା କରିଥିଲେ । ଦୀର୍ଘ ୧୦ ବର୍ଷ ଧରି ଚାଲିଥିବା ଉକ୍ତ ଗବେଷଣାରୁ ଶେଷରେ ଏକ କୌତୁହଳପୂର୍ଣ୍ଣ ତଥ୍ୟ ଜଣାପଡ଼ିଥିଲା । ବିଶେଷଜ୍ଞମାନେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ସ୍ୱପ୍ନ ଦେଖିବା ଦ୍ୱାରା ମସ୍ତିଷ୍କ ଅଧିକ ସକ୍ରିୟ ରହିଥାଏ । କେବଳ ସେତିକି ନୁହେଁ, ଏହାଦ୍ୱାରା ନକାରାତ୍ମକ ଚିନ୍ତାଧାରା ମଧ୍ୟ ମନରୁ ଦୂର ହୋଇଥାଏ । କିନ୍ତୁ ଖରାପ ସ୍ୱପ୍ନକୁ ନେଇ ଅଧିକ ତର୍ଜମା କଲେ ତାହାର କୁପ୍ରଭାବ ମସ୍ତିଷ୍କ ଉପରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି ବାଲି ମାନେ ସତର୍କ କରାଇ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ