ଆଶା କର୍ମୀଙ୍କୁ ମାଡ: ୨ ଜଣଙ୍କ ନାମରେ ମାମଲା

ବନ୍ତ (ଚାନ୍ଦିନୀ ମହାନ୍ତି) : ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର କରୋନା ମହାମାରୀ କାର୍ଯ୍ୟକୁ ତୁଲାଉଥିବା ଜଣେ ଆଶା କର୍ମୀଙ୍କୁ ମାଡ ମାରିବା ଘଟଣାରେ ବନ୍ତ ପୋଲିସ ୨ ଜଣଙ୍କ ନାମରେ ମାମଲା ରୁ୍‌ଜ୍ଜୁ କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି । ପ୍ରକାଶ ଯେ, ବନ୍ତ ଥାନା ଅଧିନ ବସନ୍ତିଆ ପଞ୍ଚାୟତ ସିଲନ୍ଦି ଗ୍ରାମର ଆଶା କର୍ମୀ ଅର୍ଚ୍ଚନା ଘୋଷ ଗତ ୧୯ ତାରିଖରେ ସେହି ଗ୍ରାମର ପ୍ରକାଶ ଆରିଆଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ କହୁଥିବା ବେଳେ ହଠାତ୍ ତାଙ୍କ ପତ୍ନୀ ଅରୁଣା ଆରିଆ ତାଙ୍କୁ ର୍ଦୁବ୍ୟବହାର କରିବା ସହିତ ଆକ୍ରମଣ କରିଥିଲେ । ସେହିସମୟରେ ଉପସ୍ଥିତ ଥିବା ୱାର୍ଡ ସଭ୍ୟ ଏଥିରେ ପ୍ରତିବାଦ କରିବାରୁ ସେ ମଧ୍ୟ ଆକ୍ରମଣର ଶୀକାର ହୋଇଥିଲେ । ଏନେଇ ଆଶା କର୍ମୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେସ ନଂ-୪୨/୨୦ ମୂଳେ ୨ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ