କରୋନା ମୁକାବିଲା ପାଇଁ ଡାକ୍ତରଙ୍କ ସଚେତନତା ଓ ମାସ୍କ,ଗ୍ଲୋବସ ବଂଟନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁରସ୍ଥିତ ବସନ୍ତକୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟର ପ୍ରତିଷ୍ଠାତା ଡାକ୍ତର ବିମଳାକାନ୍ତ ପ୍ରସାଦ ତ୍ରିପାଠୀଙ୍କ ସୁପୁତ୍ର ଡା.ସରୋଜ କୁମାର ତ୍ରିପାଠୀ କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ପୋଲିସ ଅଧିକାରୀ, କର୍ମଚାରୀ ଓ ସାମ୍ବାଦିକମାନଙ୍କୁ ମାସ୍କ, ଗ୍ଲୋବସ ଓ ଓ.ଆର.ଏସ.ପାନୀୟ ବୀତରଣ କରିଛନ୍ତି । ନିଜ ଜୀବନକୁ ବିପନ୍ନ କରି ସାଧାରଣ ଜନତାଙ୍କ ପାଇଁ ଦିନରାତି ନିଜର କର୍ତ୍ତବ୍ୟ ସମ୍ପାଦନ ସହିତ କରୋନାକୁ ମୁକାବିଲା କରୁଥିବା ପୋଲିସ ଅଧିକାରୀ, କର୍ମଚାରୀ ଓ ସାମ୍ବାଦିକମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରଦାନ କରିବା ସହ ସେମାନଙ୍କୁ କେତେକ ସୁରକ୍ଷା ଟିପ୍ସ ମଧ୍ୟ ଡା.ତିପାଠୀ ଦେଇଥିଲେ । ସହରର ଦୁହୁରିଆ ଠାରୁ ଆରମ୍ଭ କରି ତିନିମୁହାଣି ଛକ,ନୁଆବସଷ୍ଟାଣ୍ଡ,ବଡହାଟ,ପୁରୁଣା ବସଷ୍ଟାଣ୍ଡ,ଇଛାପୁର ପ୍ରଭୃତି ସ୍ଥାନରେ ଦାୟୀତ୍ୱ ନିର୍ବାହ କରୁଥିବା ପୋଲିସ ବନ୍ଧୁ ଓ ସାମ୍ବାଦିକମାନଙ୍କୁ ଡା. ତ୍ରିପାଠୀ ସଚେତନ କରିବା ସହିତ ମାସ୍କ, ଗ୍ଲୋବସ ଓ ଓ.ଆର.ଏସ.ପାନୀୟ ପ୍ରଭୃତି ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟାଉନ ଥାନା ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ, ସବଇନିସପେକ୍ଟର ଅନ୍ତର୍ଯ୍ୟାମି ବିଶ୍ୱାଳ, ପୁରୁଣା ବସଷ୍ଟାଣ୍ଡ ଫାଣ୍ଡିର ଜମାଦାର ନରେନ୍ଦ୍ର ନାଥ ସୋରେନ ତିନିମୁହାଣି ଫାଣ୍ଡିର ଜମାଦାର ପିତାମ୍ବର ବରାଳ ପ୍ରମୁଖ ଉପସ୍ଥିତ ଥିବା ବେଳେ ସତ୍ୟବ୍ରତ ସିଂ, ଧିରେନ୍ଦ୍ର କୁମାର ଦାସ, କିଶୋର ଚନ୍ଦ୍ର ପ୍ରଧାନ, ଅକ୍ଷୟପ୍ରିୟ ଦାସ, ସତ୍ୟପ୍ରୀୟ ଦାସ, ସଞ୍ଜୟ କୁମାର ଜେନା,ମନୋରଞ୍ଜନ ସାହୁ,ସେଖ ୟୁସୁଫ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ