ପବିତ୍ର ଅକ୍ଷୟ ତୃତୀୟାରେ ମୁଣ୍ଡରେ ହାତଦେଲେ ସୁନା ବେପାରୀ : କରୋନା ପାଇଁ ବେପାର ପୁରା ଠପ୍

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ପବିତ୍ର ଅକ୍ଷୟ ତୃତୀୟାରେ ବିଭିନ୍ନ ଶୁଭକାମ ଆରମ୍ଭ ହୋଇଥାଏ। ଏପରିକି ଏହି ଅକ୍ଷୟ ତୃତୀୟାରେ ଚାଷକାମ ଆରମ୍ଭ କଲେ ଭଲ ଫଶଲ ଅମଳ ହେବ ବୋଲି ପୂର୍ବରୁ ବିଶ୍ବାସ ରହିଛି। ସେହିପରି ଏହି ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରେ ଧନସଂପତ୍ତି ବୃଦ୍ଧି ଘଟିବ ବୋଲି ମଧ୍ୟ ବିଶ୍ବାସ ରହିଛି। ସେଥିପାଇଁ ଅନେକ ଏହିଦିନ ସୁନାରୂପା ମଧ୍ୟ କିଣିଥାନ୍ତି। ହେଲେ ସେ ସବୁ ବିଶ୍ବାସକୁ ଭାଙ୍ଗି ଚୁରମାର କରିଦେଇଛି କରୋନା ଭାଇରସ। କରୋନା ଭାଇରସ ଯୋଗୁଁ ବର୍ତ୍ତମାନ ସାରା ଦେଶରେ ଲାଗୁ ହୋଇଛି ଲକ ଡାଉନ। ଫଳରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅଞ୍ଚଳରେ ଦୋକାନବଜାର ସଂପୂର୍ଣ୍ଣ ବନ୍ଦ ରହିଛି। ଏପରି ପରିସ୍ଥିତିରେ ସୁନା ବେପାରୀମାନେ ଯେଉଁ ଆଶା ରଖିଥିଲେ ସେଥିରେ ଫସର ଫାଟିଯାଇଛି। ସୁନା ବ୍ୟବସାୟୀ ସଂଘର ସଦସ୍ୟଙ୍କ ଅନୁସାରେ ସରକାର ବିଭିନ୍ନ ଦୋକାନ ବନ୍ଦ କରିବା ପାଇଁ ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି। ହେଲେ ସେଥିରେ ସୁନା ଦୋକାନ ବନ୍ଦ ଉପରେ କୌଣସି କଥା କୁହାଯାଇ ନାହିଁ। ତେବେ ବର୍ତ୍ତମାନ ପରିସ୍ଥିତିରେ ଦୋକାନ ଖୋଲିଲେ ମଧ୍ୟ କେହି ଗରାଖ ଆସିବେ ନାହିଁ। ଅନ୍ୟପଟେ ବର୍ତ୍ତମାନ ସୁନା ୧୦ ଗ୍ରାମକୁ ପ୍ରାୟ ୪୬ ହଜାର ଟଙ୍କା ରହିଥିବାରୁ ଲୋକଙ୍କର ଆଗ୍ରହ ମଧ୍ୟ ରହିବ ନାହିଁ। ଗତ ବର୍ଷ ଫନି ବାତ୍ୟା ସୁନା ବେପାରକୁ ମଧ୍ୟ ଠପ୍ କରିଦେଇଥିଲା।ଚଳିତ ବର୍ଷ ଏହି କରୋନା ସବୁ ମାରିଦେଲା ବୋଲି ଜୈନକ ସୁନା ବ୍ୟବସାୟୀ ମତବ୍ୟକ୍ତ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ