ରାମପୁର ଜଙ୍ଗଲ ମଧ୍ୟରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ,୨ ଜଣ କୁ ଗିରଫ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଥାନା ରାମପୁର ଜଙ୍ଗଲ ମଧ୍ୟରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି l ଏହି ଚଢ଼ାଉ ରେ ପୋଲିସ ୨ ଜଣ କୁ ଗିରଫ କରିବା ସହିତ ୧୬୭ ଲିଟର ଦେଶି ମଦ ଓ ୧୧୯୯ ଲିଟର ଗୁଡ ମିଶ୍ରୀତ ପୋଚ ନଷ୍ଟ କଲା ପୁଲିସ। ଗିରଫ ଦୁଇଜଣ ହେଲେ ରାମପୁର ଗ୍ରାମର ରବି ନାୟକ ,ହରିପୁର ଗ୍ରାମର ପ୍ରକାଶ ନାୟକ ।ଅବକାରୀ ପୁଲିସ ଏସ ଆଇ ସାରଥି ପାତ୍ର ସହ ଶିବରାମ ଜେନା,ଶନାତନ ନାୟକ,ଜଗନ୍ନାଥ ମହାପାତ୍ର, କୃଷ୍ଣ ଚନ୍ଦ୍ର ସେଠି ଉପସ୍ଥିତ ରହି ଥିଲେ