ଗଜପତି ପୋଲିସର ଜନ ସଚେତନ କାର୍ଯ୍ୟକ୍ରମ ଓ ମାସ୍କ ବଣ୍ଟନ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଏସପି ସାରା ଶର୍ମାଙ୍କ ନେତୃତ୍ୱରେ ଆଜି ପାରଳାଖେମୁଣ୍ଡି ସହର ଓ ଆଖପାଖ ଅଞ୍ଚଳରେ ପୋଲିସ ପକ୍ଷରୁ ଜନସଚେତନ କାର୍ଯ୍ୟକ୍ରମ ଓ ମାସ୍କ ବଣ୍ଟନ କରାଯାଇଛି । ଆଜି ସକାଳ ସମୟରେ ସ୍ଥାନୀୟ ରାଜପ୍ରାସାଦ ସମ୍ମୁଖରୁ ଏହି ସଚେତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସହରର ବିଭିନ୍ନ ଅଞ୍ଚଳରେ ଗଜପତି ଏସପି ସାଧାରଣଙ୍କୁ ମେଗା ଫୋନ୍ ଦ୍ୱାରା କହିଥିଲେ,ଆମ ପୋଡଶୀ ଆନ୍ଧ୍ର ପୁରୁଣାପାଟଣା ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ତେଣୁ ଆମେ ସମସ୍ତେ ନିଜର ସୁରକ୍ଷା ପାଇଁ ଯତ୍ନବାନ ହେବା ଆବଶ୍ୟକ । ସେପରି ଜରୁରୀ ଆବଶ୍ୟକତା ନ ଥିଲେ ବିଭିନ୍ନ ଆଳ ଦେଖାଇ ବାହାରକୁ ଆସନ୍ତୁ ନାହିଁ ବୋଲି ନିବେଦନ କରି ଲକ୍‌ଡାଉନ୍ ନିୟମକୁ ମାନି ନିଜ ଘରେ ବିପଦ ମୁକ୍ତ ହୋଇ ସୁରକ୍ଷାରେ ରୁହନ୍ତୁ । ବାରମ୍ବାର ହାତ ଧୋଇବା ସହ ପରିଷ୍କାର ପରିଚ୍ଛନ୍ନରେ ରୁହନ୍ତୁ । କୌଣସି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ପ୍ରଶାସନ ଓ ପୋଲିସକୁ ସହେଯାଗ କରି କରୋନା ସଂକ୍ରମଣରୁ ଗଜପତିକୁ ମୁକ୍ତ ରଖନ୍ତୁ । ସେହିପରି ଆନ୍ଧ୍ର ସୀମାନ୍ତ ଓ ପାରଳା ସହର ତଳି ଅଞ୍ଚଳରେ ଥିବା ଖିଙ୍ଗା,ଦେବିତୀ ଓ ଢାମୁଣିଗାଁ ଆଦିରେ ଗଜପତି ଏସପି ସାରା ଶର୍ମା ଅନୁରୁପ ସଚେତନ କାର୍ଯ୍ୟକ୍ରମ କରିଥିଲେ । ଏହି ୩ ଗୋଟି ଗ୍ରାମରେ ପୋଲିସ ପକ୍ଷରୁ ମାସ୍କ ବଣ୍ଟନ କରାଯାଇଥିଲା । ଭିକ୍ଷା ବୃତ୍ତି କରୁଥିବା ଜଣକୁ ମାସ୍କ ପିନ୍ଧାଇବା ସିଖାଇବା ସହ ବାରମ୍ବାର ହାତ ଧୋଇ ପରିଷ୍କାରରେ ରହିବା ପାଇଁ ବୁଝାଯାଇଥିଲା । ଓଡିଶା ସୀମାକୁ ଅବାଧ ପ୍ରବେଶ ଓ ପ୍ରତ୍ୟେକ ଖବର ପ୍ରଶାସନ ଓ ପୋଲିସ ପାଖକୁ ପହଞ୍ଚିବା ପାଇଁ ଆନ୍ଧ୍ର ସୀମାନ୍ତରେ ଥିବା ଏହି ୩ଟି ଗ୍ରାମରେ ସ୍ୱେଚ୍ଛାସେବୀ ଯୁବକଙ୍କୁ ନେଇ ଏକ ଟିମ୍ ଆଜି ଠାରୁ ଏସପି ଗଠନ କରିଛନ୍ତି । ଏମାନଙ୍କ ଦ୍ୱାରା ଆନ୍ଧ୍ର ସୀମାନ୍ତ ଅଞ୍ଚଳରୁ ସମସ୍ତ ଟିକିନିଖି ଖବର ସୁବିଧାରେ ପହଞ୍ଚିବ ଏବଂ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ଲୋକଙ୍କୁ ସୁରକ୍ଷିତ ରଖାଯାଇ ପାରିବ ବୋଲି ଏସପି ଆଶା ପ୍ରକଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ