ସହାୟତା ରାଶି ନପାଇ ଦୁଃଖରେ କାଳାତିପାତ କରୁଛନ୍ତି ନିର୍ମାଣ ଶ୍ରମିକ

ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ଗରିବ ଦିନମଜୁରିଆ ଓ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଚିନ୍ତା ବଢାଇ ଦେଇଛି । ଦୈନନ୍ଦିନ ପରର ମୂଲ ଲାଗି ପେଟ ପୋଷୁ ଥିବା ଶ୍ରମିକ ଆଜି ଭୋକ ଉପାସରେ ଦିନ କାଟୁଛି । ସରକାରଙ୍କ ପକ୍ଷରୁ ମିଳୁଥିବା ସହାୟତା ସମୁଦ୍ରକୁ ଶଂଖେ ହୋଇଛି । ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାର ୧୫ ଶହ ଟଙ୍କାର ସହାୟତା ରାଶି ଯୋଗାଇ ଦେଇଛନ୍ତି । ବିଭିନ୍ନ ପଞ୍ଚାୟତରେ ଏହି ସହାୟତା ରାଶି ନିର୍ମାଣ ଶ୍ରମିକ ମାନଙ୍କୁ ମିଳି ସାରିଛି । ମାତ୍ର ବନ୍ତ ବ୍ଲକ ପଧାନପଡା ଗ୍ରାମର ନିର୍ମାଣ ଶ୍ରମିକ ମହେନ୍ଦ୍ର ଜେନା ଜିଲା ଶ୍ରମ କାର୍ଯ୍ୟାଳୟରେ ନିଜର ନାମ ପଞ୍ଜୀକରଣ କରି ପ୍ରମାଣ ପତ୍ର ପାଇଥିଲେ ମଧ୍ୟ ତାଙ୍କୁ ଅଦ୍ୟାବଧି ସହାୟତା ରାଶି ମିଳିନାହିଁ । ଏଥିନେଇ ସେ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡୁଛନ୍ତି । ଆଜି ବ୍ଲକ କାର୍ଯ୍ୟାଳୟରେ ପହଞ୍ôଚ ଅଭିଯୋଗ ବାକ୍ସରେ ନିଜର ଅଭିଯୋଗ ପକାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ