ସଂଗ୍ରାମୀ ନକୁଳ ଚରଣ ଦାସ ଅସୁସ୍ଥ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ସ୍ୱାଧୀନତା ସଂଗ୍ରାମ ସମିତି ସଭାପତି ନକୁଳ ଚରଣ ଦାସ ଗତ କିଛି ଦିନ ହେବ ଅସୁସ୍ଥ ହୋଇ ପଡିଥିବା ସୂଚନା ମିଳିଛି । ସଂଗ୍ରାମୀ ଶ୍ରୀ ଦାସ ତାଙ୍କ ଗୁଲନଗରସ୍ଥିତ ବାସଭବନରେ ଥିବା ସମୟରେ ହଠାତ ଅସୁସ୍ଥ ହୋଇପଡିବାରୁ ପରିବାରବର୍ଗ ତାଙ୍କୁ କଟକ ବଡ ଡାକ୍ତରଖାନାର ଡାକ୍ତରଙ୍କ ସହିତ ଯୋଗାଯୋଗ କରି ତାଙ୍କୁ ଚିକିତ୍ସା କରୁଥିବା ଜଣାପଡିଛି । ତାଙ୍କ ଅସୁସ୍ଥତାର ଖବର ପାଇ ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ତଥା ସମାଜସେବୀ ପ୍ରଦିପ କୁମାର ମହାନ୍ତି ଓ ଡା.ଅଲେଖ ଚନ୍ଦ୍ର ଦାସ ତାଙ୍କ ବାସଭବନକୁ ଯାଇ ଶ୍ରୀ ଦାସଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଡା. ଦାସ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ।


