ଭଞ୍ଜନଗର ଉପଜିଲ୍ଲାପାଳ କ୍ୱାରେନଟାଇନ ସେଣ୍ଟର ର ସ୍ଥିତି ବୁଲି ଦେଖିଛନ୍ତି

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କରୋନା ମୁକାବିଲା କ୍ଷେତ୍ରରେ ଆସୁଥିବା ଚତୁର୍ଥ ପର୍ଯ୍ୟାୟ ଓଡିଶା ପାଇଁ ବିପଜ୍ଜନକ ସାଜି ପାରେ , କାରଣ ଯେଉଁ ସାହୁ ପ୍ରବାସୀ ଓଡ଼ିଆ ଶ୍ରମିକ ଆସିବେ , ସେମାନେ ଅଧିକ ସଂକ୍ରମିତ ହେଇଥିବା ରାଜ୍ୟରେ ଅଛନ୍ତି ଏଣୁ ରାଜ୍ୟ ସରକାର ଗୋଟିଏ ପଟେ ସେମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ପଦକ୍ଷେପ ନେବା ସହ ଏ ସମୟରେ ରାଜ୍ୟରେ ଯେଉଁ ବିପଜ୍ଜନକ ସ୍ଥିତି ସୃଷ୍ଟି ହେବ ତାର ଅନୁରୂପ ଭାବେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ତାହାର ଅନୁରୂପ ଦେଖିବାକୁ ମିଳିଛି ଭଞ୍ଜନଗର ଉପଖଣ୍ଡରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼ ଆଜି ବୁଗୁଡ଼ା ବ୍ଲକ ର ଏ.କରଡାବାଡ଼ି ଏବଂ ପଚାଲୁଣ୍ଡି ଓ ବେଲଗୁଣ୍ଠା ବ୍ଲକ ର ମଙ୍ଗଳପୁର, ବଙ୍କା, ଆମ୍ବପୁଆ, ଏବଂ ଉଡ଼ୁରା ପଂଚାୟତ ତୋଫାନି ଗସ୍ତ କରି କ୍ୱାରେନଟାଇନ ସେଣ୍ଟର ର ସ୍ଥିତି ବୁଲି ଦେଖିଛନ୍ତି ସମ୍ପୃକ୍ତ ପଂଚାୟତ ର ସରପଞ୍ଚ, ପି.ଇ. ଓ , ଜି.ଆର. ଏସ . ଜେଇ ମାନଙ୍କୁ ଆଗନ୍ତୁକଙ୍କ ତଥ୍ୟ ସହ ରହିବାର ସମସ୍ତ ବ୍ୟବସ୍ଥା ତୁରନ୍ତ ସାରିବାକୁ ନିର୍ଦ୍ଧେଶ ଦେଇଥିଲେ ସୂଚନା ଜେ ବୁଗୁଡ଼ା ବ୍ଲକ ଏ.କରଡାବାଡ଼ି ଏଵଂ ପଚାଲୁଣ୍ଡି ପଂଚାୟତ କୁ ଯଥାକ୍ରମେ ୬୫୭ ଓ ୮୦୦ ଜଣ , ବେଲଗୁଣ୍ଠା ବ୍ଲକ ର ବଙ୍କା କୁ ୭୦୦ ରୁ ୮୦୦ ଜଣ ଆମ୍ବପୁଆ କୁ ୭୦୦ ଜଣ , ଏଵଂ ଉଡ଼ୁରା ପଂଚାୟତ ୭୦୦ ଜଣ ଫେରିବାର ଅନୁମାନ କରାଯାଉଛି ବର୍ତ୍ତମାନ ଫେରନ୍ତା ପ୍ରବାସୀଙ୍କ ପଞ୍ଜିକରଣ ଚାଲୁରହିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ