ପ୍ଲାଜମା ଥେରାପି ବେଆଇନ : କେନ୍ଦ୍ର

ନୂଆଦିଲ୍ଲୀ : ପ୍ଲାଜମା ଥେରାପିକୁ ବହୁ ଦେଶ ପ୍ରୟୋଗ କରୁଥିବା ଦେଖିବାକୁ ମିଳୁଛି । ଏପରିକି ଦିଲ୍ଲୀ ସରକାର ପ୍ଳାଜମା ଥେରାପି ଉପରେ ଗୁରୁତ୍ୱାରୋପ କରୁଛନ୍ତି । ପ୍ଳାଜମା ଥେରାପିରେ ରୋଗୀ ଭଲ ହେଉଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ଏହି ପଦ୍ଧତିରେ ଚିକିତ୍ସା ଉପରେ ଜୋର ଦେଉଛନ୍ତି । କିନ୍ତୁ କେନ୍ଦ୍ର ସରକାର ପ୍ଲାଜମା ଥେରାପି ବେଆଇନ ବୋଲି ଘୋଷଣା କରିଛନ୍ତି । ଠିକ ଭାବେ ପ୍ଲାଜମା ଚିକିତ୍ସା ନକଲେ ରୋଗୀଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ପ୍ରକାଶ କରିଛନ୍ତି । କରୋନା ପ୍ରତି କୌଣସି ଚିକିତ୍ସା ପଦ୍ଧତି ବାହାରିନାହିଁ । ଏହା ଏବେ ଗବେଷଣାସ୍ତରରେ ରହିଛି । ଏହାକୁ ଚିକିତ୍ସା କ୍ଷେତ୍ରରେ ଉପଯୋଗ କରିବା ନେଇ କିଛି ସ୍ପଷ୍ଟ କରାଯାଇନାହିଁ । ଆଇସିଏମଆର ମଧ୍ୟ ପ୍ଲାଜମା ଥେରାପି ନକରିବାକୁ ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ