ଅଟୋକୁୂ ଧକ୍କା ଦେଲା କାର ନବଜାତ ଶିଶୁ ସହ ମା ମୃତ ,୪ ଆହାତ
କେନ୍ଦ୍ରପଡା , ( ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରପଡା ଜିଲ୍ଲା ୫ ନମ୍ବର ଜାତୀୟ ରାଜପଥ ଖମାର ନିକଟରେ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ମା ସହ ନବଜାତ ଶିଶୁର ମୃତ ହୋଇଥିବା ବେଳେ ୪ ଜଣ ଆହାତ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ ମେଡିକାଲରେ ନବଜାତ ଶିଶୁଜନ୍ମ ହେବା ପରେ ମା ଓ ନବଜାତ ଶିଶୁ ସମେତ ପରିବାର ଅଟୋ ରେ ଆସୁଥିବା ସମୟରେ ଏକ ଦ୍ରୁତଗାମୀ ଟ୍ରକ ଅଟୋକୁ ଧକ୍କା ଦେଇଥିଲା । ଏହି ଭଳି ଘଟଣା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।


