ସିମାନ୍ତ କାଲିମେଳାରେ ମଧୁବାବୁଙ୍କ ୧୭୩ ତମ ଜୟନ୍ତୀ ପାଳିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ଆଧୁନିକ ଓଡ଼ିଶା ପ୍ରଦେଶ ଗଠନର ପୁରୋଧା ଜାତିପ୍ରାଣ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ୧୭୩ ତମ ଜୟନ୍ତୀ ଓଡ଼ିଶାର ସିମାନ୍ତ ଅଂଚଳର ମାଲକାନଗିରି ଜିଲ୍ଲାର କାଲିମେଳା ସ୍ଥିତ ବିଶିଷ୍ଟ ସ୍ତମ୍ଭକାର, କଵି, ଲେଖକ ଅଧ୍ୟାପକଙ୍କ ଡଃ ପଦ୍ମଲୋଚନ ରାଉତଙ୍କ ବାସଭବନରେ ପାଳିତ ହୋଇଯାଇଛି । ସାଂପ୍ରତିକ ପରିସ୍ଥିତିରେ ‘କରୋନା’ ସାଜିଛି ବାଧକ । ଚାରିଆଡେ ଲକ୍ ଡାଉନ୍ । ସାମାଜିକ ଦୂରତା ପାଇଁ ଡଃ ପଦ୍ମଲୋଚନ ଓ ବାସଭବନରେ କୁନି କୁନି ପିଲାମାନଙ୍କୁ ନେଇ ମଧୁ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ମଧୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଓ ପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ମହାନ ଯୋଗ ଜନ୍ମାଙ୍କଙ ଭକ୍ତିପୂତ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଥିଲା । କବୟିତ୍ରୀ ରାଜଲକ୍ଷ୍ମୀ ସିଂ ରାଉତ ମଧୁବାବୁଙ୍କ ଅମର ଗାଥାକୁ କୁନି ପିଲା ମାନଙ୍କୁ ଶୁଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ