ପାରଳାରେ ଶ୍ରୀନୀଳାମ୍ମା ଠାକୁରାଣୀ ଯାତ୍ରାରେ ପ୍ରବଳ ସମାଗମ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସହରରୱାର୍ଡ ନମ୍ବର ୯ ଅନ୍ତର୍ଗତ କ୍ଲଥ ବ୍ୟବସାୟୀ ସଂଘ ଏବଂ କୁମୁଟି ସାହି ବାସିନ୍ଦାଙ୍କ ପକ୍ଷରୁ ମା ନୀଳାମ୍ନା ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଛି। ଦୀର୍ଘ 10 ବର୍ଷ ପରେ ଯାତ୍ରା ଆୟୋଜିତ ହେଉଥ‌ିବାରୁ ଅଞ୍ଚଳରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି। ଜାକଜମକରେ ବଜାର ଅଞ୍ଚଳକୁ ସଜ୍ଜିତ କରାଯାଇଥିବା ବେଳେ କଳସ ଯାତ୍ରା ହୋଇଥିଲା I ଶତାଧିକ ମହିଳା ପାଣି କଳସ ଆଣି ମା’ଙ୍କୁ ଅର୍ପଣ କରି ନିମନ୍ତ୍ରଣ କରିଥିଲେ । ଏହା ସହ ମା’ଙ୍କୁ ପୂଜାଅର୍ଚ୍ଚନା କରିଥିଲେ । ଏହି ଠାକୁରାଣୀ ଯାତ୍ରା ପର୍ଯ୍ୟନ୍ତ ୩ ଦିନ ଧରି ଚାଲିବ | ତିନି ଦିନ ଧରି ମା’ଙ୍କ ନଗର ପରିକ୍ରମା କରାଯାଇ ଅସ୍ଥାୟୀ ମଣ୍ଡପରେ ପୂଜାର୍ଚ୍ଚନା କରାଯାଉଛି । ଏହି ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ