ସାମ୍ବାଦିକଙ୍କ ମାତୃ ବିୟୋଗ ବିଭିନ୍ନ ମହଲରେ ଶୋକ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଧରିତ୍ରୀର ଜିଲ୍ଲା ପ୍ରତିନିଧି ରଶ୍ମୀରଞ୍ଜନ ମିଶ୍ରଙ୍କ ମାଆ ସରସ୍ୱତୀ ଦେବୀଙ୍କ ଗତକାଲି ବିୟୋଗ ଘଟିଛି । ସେ ଗତ ୨୭ ତାରିଖ ସଂଧ୍ୟାରେ ହଠାତ୍ ଅସୁସ୍ଥ ହୋଇ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଗଲା । ଗତକାଲି ବ୍ରହ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ଥିବା ସମୟରେ ତାଙ୍କରି ବିୟୋଗ ଅପରାହ୍ନ ୩ଟା ବେଳେ ଘଟିଥିଲା । ପାର୍ଥବ ଶରୀରକୁ ମହାପ୍ରୟାଣ ଗାଡିରେ ଗତକାଲି ରାତ୍ରରେ ତାଙ୍କରି ବାସଭବନକୁ ଅଣାଯାଇଥିଲା । ବୁଧବାର ସକାଳେ ମହେନ୍ଦ୍ରତନୟା ନଦୀ ତଟସ୍ଥ ଶ୍ମଶାନ ଘାଟ ଠାରେ ତାଙ୍କର ସତ୍କାର କରାଯାଇଥିଲା । ଜ୍ୟେଷ୍ଠପୁତ୍ର ଲକ୍ଷ୍ମୀନାରାୟଣ ମିଶ୍ର ମୁଖାଗ୍ନି ପ୍ରଦାନ କରିଥିଲେ । ସତ୍କାର ବେଳେ କନିଷ୍ଠ ପୁତ୍ର ରଶ୍ମୀରଞ୍ଜନ ମିଶ୍ର ଏବଂ ଦୁଇ ଜାମାତାଙ୍କ ସମେତ କିଛି ପରିବାର ବର୍ଗ,ସାମ୍ବାଦିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସ୍ୱର୍ଗତ ସରସ୍ୱତୀ ଦେବୀ ଜଣେ ଧର୍ମପରାୟଣୀ,ମିଷ୍ଟଭାଷୀ ଓ ମେଳାପି ମହିଳା ଥିଲେ । ତାଙ୍କରି ବିୟୋଗରେ ଓଡିଆ ଭଣ୍ଡାରସାହି ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବରିଷ୍ଠ ସାମ୍ବାଦିକ ତଥା ଧରିତ୍ରୀର ଜିଲ୍ଲା ପ୍ରତିନିଧି ରଶ୍ମୀରଞ୍ଜନ ମିଶ୍ରଙ୍କ ମାଆଙ୍କ ବିୟୋଗ ଖବର ଶୁଣି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ପାରଳା ବିଧାୟକ କେ.ନାରାୟଣ ରାଓ,ପୁର୍ବତନ ବିଧାୟକ କେ.ସୁରିୟା ରାଓ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରା,ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ପୁର୍ବତନ ପାରଳା ପୌରପରିଷଦ ଅଧ୍ୟକ୍ଷ ନରସିଂହ ପଟ୍ଟନାୟକ ଓ ପି.କ୍ରିଷ୍ଣାଙ୍କ ସମେତ ବହୁ ରାଜନୈତିକ ନେତା ଶୋକ ପ୍ରକାଶ କରି ସ୍ୱର୍ଗତ ସରସ୍ୱତୀ ଦେବୀଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । ସେହିପରି ଗଜପତି ଜିଲ୍ଲା ଏସ୍ୟୁଜେ ସାମ୍ବାଦିକ ସଂଘର ସଭାପତି ଗରୁଡଧ୍ୱଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା ବରିଷ୍ଠ ସମ୍ବାଦିକ ଗଣେଶ ରାଜୁ, ଜଗଦୀଶ ପଣ୍ଡା, କୁଞ୍ଜବିହାରୀ ବଡକୁମର, ବିର କିଶୋର ପଟ୍ଟନାୟକ, ସରୋଜ କୁମାର ପାଣିଗ୍ରାହୀ, କୃଷ୍ଣ କୁମାର ବେହେରା, ପ୍ରଭାତ କୁମାର ପାତ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।