ଆଇସୋଲେସନ ଗୃହରେ ମହୁମାଛି ବସା ! ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପୁରୁଷୋତ୍ତମପୁର ପଂଚାୟତ ପକ୍ଷରୁ ପୁରୁଷୋତ୍ତମପୁର ପଂଚାୟତ ହାଇସ୍କୁଲରେ ଖୋଳାଯାଇଥିବା ଆଇସୋଲେସନ କେନ୍ଦ୍ର ଗୃହରେଏକ ବଡ ମହୁମାଛି ବସା ହୋଇଥିବା ହେତୁ ସେଠାରେ ଆଗକୁ ରହିବାକୁ ଥିବା ଲୋକମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପଂଚାୟତ ପକ୍ଷରୁ ନିଳମଣୀ ବିଶ୍ୱାଳ ଜିଲ୍ଲାପାଳଙ୍କୁ ଭେଟି ଏଭଳି ଅଭିଯୋଗ କରିଛନ୍ତି । ଶ୍ରୀ ବିଶ୍ୱାଳ ଆହୁରି ଅଭିଯୋଗ କରିଛନ୍ତି ଯେ ସେହି ଆଇସୋଲେସନ କେନ୍ଦ୍ରରେ ପାଇଖିନା,ପିଇବା ପାଣିର ବ୍ୟବସ୍ଥା କରାଯାଇନଥିବା ବେଳେ ଗୃହ ଗୁଡିକ ସଫାସୁତୁରା କରାନଯିବା ସହିତ ସାନିଟାଇଜ ମଧ୍ୟ କରାଯାଇନାହିଁ । ଏଥିସହିତ ଲକଡାଉନ ଉଠିବା ପରେ ବାହାରୁ ଆସିବାକୁ ଥିବା ବ୍ୟକ୍ତିଙ୍କ ନାମ ପଞ୍ଜିକରଣ କରିବାକୁ ପଂଚାୟତ କାର୍ଯ୍ୟାଳୟକୁ ଯାଉଥିବା ଲୋକମାନଙ୍କୁ ୧୫ଦିନ ପରେ ଆସ ବୋଲି କୁହାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ସରକାରଙ୍କ କୋଭିଡ -୧୯ ନିୟମକୁ ପଂଚାୟତରେ କଡାକଡି ପାଳନ କରାଯିବା ଓ ବାହାରୁ ଏହି ପଂଚାୟତକୁ ଆସିବାକୁ ଥିବା ଲୋକମାନଙ୍କ ସୁରକ୍ଷା ପ୍ରତି ଉଚିତ ଧ୍ୟାନ ଦିଆଯିବାକୁ ଶ୍ରୀ ବିଶ୍ୱାଳ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ