ଜିଲ୍ଲା ଗସ୍ତ କରିବେ କୋଭିଡ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: ମହାମାରୀ କରୋନା ମୁକାବିଲା କରିବାକୁ ରାଜ୍ୟ ସରକାର ୩୦ ଜିଲ୍ଲା ପାଇଁ ୨୨ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ ମିଳିଛି । ପର୍ଯ୍ୟବେକ୍ଷକମାନଙ୍କ ଦାୟିତ୍ୱ ନେଇ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନେ ପ୍ରତି ୧୫ ଦିନରେ ନିଶ୍ଚୟ ଥରେ ସମ୍ପୃକ୍ତ ଜିଲ୍ଲା ଗସ୍ତ କରିବେ । କରୋନା ମୁକାବିଲା କାର୍ଯ୍ୟର ସମୀକ୍ଷା କରିବେ । ପର୍ଯ୍ୟବେକ୍ଷକମାନେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କରୋନା ସଂକ୍ରମଣ ଏଡ଼ାଇବାକୁ ପରାମର୍ଶ ଦେବେ । ଜିଲ୍ଲାରେ କାମଧନ୍ଦା କିଭଳି ଚାଲିବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ ତାକୁ ଅନୁଧ୍ୟାନ କରିବେ । ନିୟମିତ ଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା କିଭଳି ଜିଲ୍ଲାରେ ଠିକଣା ଭାବେ କାର୍ଯ୍ୟକାରୀ ହେବ ତାକୁ ମଧ୍ୟ ତଦାରଖ କରିବେ । ଜିଲ୍ଲାର କୌଣସି ସମସ୍ୟା ଥିଲେ ତାକୁ ଉପଜିଲ୍ଲାପଳ ମାନେ ନିୟମିତ ଭାବେ ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟିକୁ ଆଣିବେ । ପର୍ଯ୍ୟବେକ୍ଷକ ସମ୍ପୃକ୍ତ ବିଭାଗ ସହ ଏ ସମ୍ପର୍କରେ ଆଲୋଚନା କରି ସମାଧାନର ବାଟ ଫିଟାଇବେ । ଉଲ୍ଲେଖଯୋଗ୍ୟ ରାଜ୍ୟରେ କରୋନା ସଂକ୍ରମଣକୁ ଏଡାଇବାକୁ ରାଜ୍ୟ ସରକାର ଲଢେ଼ଇକୁ ଜୋରଦାର କରିଛନ୍ତି । ତେବେ ଆଗକୁ ସରକାରଙ୍କ ପାଇଁ ଆସୁଛି ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ବାହାର ରାଜ୍ୟରେ ଥିବା ଲକ୍ଷ ଲକ୍ଷ ଓଡିଆ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଭଳି ସ୍ଥିତିରେ ଆଗକୁ କିଭଳି କରୋନା ସଂକ୍ରମଣ ଚେନ ଭାଙ୍ଗି ହେବ ଏବଂ ବାହାରେ ଫେରନ୍ତା କ୍ୱାରେଣ୍ଟାଇନରେ ନିଶ୍ଚିତ ରହିବେ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ଆଇଏଏସ ଅଫିସରଙ୍କୁ ଜିଲ୍ଲାୱାରୀ କୋଭିଡ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି । ଏମାନେ ଜିଲ୍ଲାପାଳ ଓ ସରକାରଙ୍କ ମଧ୍ୟରେ ସେତୁ ଭଳି କାମ କରିବେ । ସେମାନଙ୍କ ସହ ମଙ୍ଗଳବାର ନିଜେ ମୁଖ୍ୟମନ୍ତ୍ରୀ କଥାବାର୍ତ୍ତା ହୋଇ ସେମାନଙ୍କ ଦାୟିତ୍ୱ ନିଷ୍ଠାର ସହ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ