ମଣିପାଲ ଏକାଡେମୀ ଅଫ ହାୟର ଏଜୁକେଶନ ଭାରତରେ ପ୍ରଥମ
କ୍ୱାକ୍କ୍ୟୁରେଲି ସିମଣ୍ଡ ଅନୁଯାୟୀ, ବିଶ୍ୱର ବେସରକାରୀ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ୨୦୨୦ ମଧ୍ୟରେ ଏମ୍ଏଚ୍ଇ ଭାରତରେ ପ୍ରଥମ ସ୍ଥାନ ବଜାୟ ରହିବାର ଗୌରବ ହାସଲ କରିପାରିଛି । ଉକ୍ତ ସଂସ୍ଥାର ଷୋହଳତମ ପ୍ରେସ ରିଲିଜରେ ମଣିପାଲ ୭୦୧-୭୫୦ବ୍ୟାଣ୍ଡରେ ରହିଛି ଯାହାକି ପୂର୍ବଥର ୭୫୦-୮୦୦ ଥିଲା । ସମଗ୍ର ବିଶ୍ୱର ୮୨ଟି ଦେଶର ୧୬୨୦ ବିଶ୍ୱବିଦ୍ୟାଳୟକୁ ନେଇ କରାଯାଇଥିବା ଗୁଣାତ୍ମକ ମାନ ପରୀକ୍ଷାରେ ଏମ୍ଏଚ୍ଇ ୬୬% ନମ୍ବର ରଖି ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଛି । ବିଶ୍ୱବିଦ୍ୟାଳୟ ଗୁଡିକ ୬ଟି ବିଷୟର ମୁଲ୍ୟାଙ୍କନ କରାଯାଇ ସର୍ବଶେଷ ଫଳ ପ୍ରକାଶ କରାଯାଇଥିଲା । ଏହି ୬ଟି ବିଷୟ ହେଲା ପାଠ୍ୟକ୍ରମର ଗୁଣାତ୍ମକ ପରାକାଷ୍ଠା, ନିଯୁକ୍ତି ଦାତାଙ୍କ ପ୍ରସିଦ୍ଧି, ଛାତ୍ର ଓ ଅଧ୍ୟାପକ ଅନୁପାତ ଗବେଷଣା, ଆନ୍ତର୍ଜାତୀୟ ଅଧ୍ୟାପକ ଓ ଛାତ୍ରଙ୍କର ଅନୁପାତ ଇତ୍ୟାଦି । ବିଶ୍ୱସ୍ତରୀୟ ଅନୁଧ୍ୟାନ ମଧ୍ୟରେ ଯେଉଁ ଦୁଇଟି ମୁଖ୍ୟ ବିଷୟ ଥିଲା ପାଠ୍ୟକ୍ରମର ଗୁଣାତ୍ମକତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦକ୍ଷତା ।