ଜନ୍ମଦିନରେ ସହିଦ ତେଜାଙ୍କ ଜଳିଲା ଜୁଇ: ନିଜ ସ୍ବପ୍ନ ରହିଗଲା ଅଧୁରା

ଗୁଣପୁର (ୱାଇଏନଏସ): ଜନ୍ମଦିନରେ ଜଳିଲା ଜୁଇ I ଆଜି ସହିଦ ଭି ତେଜାଙ୍କ ଜନ୍ମଦିନ ଥିଲା I ଜୀବନରେ ପ୍ରତ୍ୟେକ ଗୁରୁତ୍ୱପୂର୍ଣ କାର୍ଯ୍ୟକୁ  ଯୋଜନା କରି ପରିଶ୍ରମ  କରିଥିଲେ ଓ ସଫଳତା ମଧ୍ୟ  ପାଇଥିଲେ I ନିଜ  ବାସଗୃହ  ନିକଟରେ  ସି ଆର ପି ଏଫ ୪ର୍ଥ ବାଟାଲିଅନର ଯବାନମାନଙ୍କୁ ଦେଖି ଚିନ୍ତା କରିଥିଲେ ଦେଶ ସେବା କରିବା ପାଇଁ I ଏନେଇ ନିଜକୁ ଦେଶ ସେବା ପାଇଁ ପ୍ରସ୍ତୁତ କରି ଭାରତୀୟ ସେନାରେ ଭର୍ତି ହେବାପାଇଁ ପରୀକ୍ଷା ଦେଇଥିଲେ ଏବଂ ସଫଳତା ହାସଲ କରିଥିଲେ I ଭି ତେଜା ସେନାର ଆସାମ ରାଇଫଲସରେ ଯୋଗଦାନ କରିଥିଲେ I ନିଜର ଛୋଟ ଗ୍ରୋସେରୀ ଦୋକାନରୁ ସି ଆର ପି ଏଫ ଯବାନଙ୍କୁ ଦେଖି ଦେଶ ସେବା ପାଇଁ  ସ୍ବପ୍ନ  ଦେଖିଥିବା ତେଜା  ନାଗାଲାଣ୍ଡରେ ଭାରତୀୟ ସେନାରେ  ଯୋଗଦାନ କରିଥିଲେ I ଜନୈକ ଯୁବତୀଙ୍କୁ ପ୍ରେମ କରି  ପରିବାର ସମ୍ମତି କ୍ରମେ ଡିସେମ୍ବର ୧୦ ତାରିଖରେ ବାହାଘର ଠିକ ହୋଇଥିଲା I ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ପ୍ରାୟତଃ ସରିଥିଲା I ବିବାହ ପୂର୍ବରୁ ନୂତନ ଗୃହ ନିର୍ମାଣ ମଧ୍ୟ କରିଥିଲେ I କିନ୍ତୁ ନିୟତିର ନିର୍ଦେଶ ଥିଲା ଅଲଗା I ସହିଦ ତେଜା ୨୦୨୨ ମସିହାରେ ଚାକିରୀରେ ଯୋଗ ଦେଲାପରେ ଅଙ୍ଗଦାନ କରିବେ ବୋଲି  ଘୋଷଣାପତ୍ର ସ୍ଵାକ୍ଷରିତ କରିଥିଲେ I ସୋମବାର ଦିନ ତେଜା ସହିଦ ହେଲା ପରେ ନିକଟସ୍ଥ ଡାକ୍ତରଖାନାରୁ ଗୁରୁତ୍ୱପୂର୍ଣ ଅଙ୍ଗ କଢ଼ାଯାଇଥିଲା I ଅଙ୍ଗଦାନ କରି ଅମର ହୋଇଗଲେ ସତ ଜୀବନରେ ଦେଖିଥିବା ସୁନେଲି ସ୍ବପ୍ନ ସବୁ ଅଧୁରା ରହିଗଲା I ପୁଅର ମୃତଦେହ ଦେଖି ବାପା ମା  ପରିବାର ଓ ସ୍ଥାନୀୟ ଜନସାଧାରଣଙ୍କ ଆଖିରୁ ଲୁହ ଶୁଖୁନି I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ