ଜନ ସମ୍ପର୍କ ପଦଯାତ୍ରାରେ ଶକ୍ତି ପ୍ରଦର୍ଶନ କଲା ବିଜେଡି
ଗୁଣପୁର (ୱାଇଏନଏସ) ଓଡ଼ିଶାରେ ବିଜେପି ନେତୃତ୍ୱାଧୀନ ଡବଲ ଇଂଜିନି ବିଜେପି ସରକାର ସବୁ କ୍ଷେତ୍ରରେ ଫେଲ ମାରିଛନ୍ତି ବୋଲି ବିଜୁ ଜନତା ଦଳର ନେତା ମାନେ ଅଭିଯୋଗ କରିଛନ୍ତି। ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ବୁଧୁବାର ଦିନ ଆୟୋଜିତ ବିଜୁ ଜନତା ଦଳର ବିଶାଳ ଜନ ସମ୍ପର୍କ ପଦ ଯାତ୍ରାରେ ଯୋଗଦେଇ ନେତା ମାନେ ଏହିଭଳି ମତବ୍ୟକ୍ତ କରିଥିଲେ। । ରାୟଗଡା ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଜନ ସମ୍ପର୍କ ପଦ ଯାତ୍ରାରେ ହଜାର ହଜାର ଦଳୀୟ କର୍ମୀ ଯୋଗ ଦେଇ ଗୁଣପୁର ଠାରେ ଶକ୍ତି ପ୍ରଦର୍ଶନ କରି ଆସନ୍ତା ପଞ୍ଚାୟତ ଓ ପୋୖର ନିର୍ବାଚନ ନିମନ୍ତେ ବିଗୁଲ ଫୁଙ୍କି ଥିଲେ । ଏହି ପଦ ଯାତ୍ରାରେ ରାଜ୍ୟ ବିଜୁ ଜନତା ଦଳର ଉପ ସଭାପତି ପ୍ରଣବ ପ୍ରକାଶ ଦାସ (ବବି) , ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସହ ଆଇନ ଶୃଙ୍ଖଳା ସମ୍ପୂର୍ଣ ଭାବେ ଭୁଷୁଡି ପଡିଛି । କେନ୍ଦ୍ର ସରକାର ଏମ ଏମ ଡି ଆର ଆକ୍ଟ ଜରିଆରେ ଖଣି ଖାଦାନକୁ ଲୁଟ କରି ଉଦ୍ୟୋଗୀପତିଙ୍କୁ ଟେକି ଦେଇଛି । ଏସ ଆଇ ଆର ମାଧ୍ୟମରେ ଲୋକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି । ଲୋକେ ସଚେତନ ହୋଇଗଲେ । ତେଣୁ ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନରେ ଲୋକେ ସରକାରଙ୍କୁ ଉଚିତ ଜବାବ ଦେବେ ବୋଲି ବରିଷ୍ଟ ବିଜେଡି ନେତା ମାନେ ମତବ୍ୟକ୍ତ କରିଥିଲେ। ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ଘରେ ଘରେ ପହଞ୍ଚାଇବା ଏହି ଜନ ସମ୍ପର୍କର ମୁଖ୍ୟ ଉଦେଶ୍ୟ ଅଟେ । ରାଜ୍ୟରେ ବିଜେପି ସରକାର ଆସିବା ପରେ ସବୁ କ୍ଷେତ୍ରରେ ବ୍ୟାକଫୁଟକୁ ଚାଲି ଯାଇଛି ବୋଲି ବିଜେଡି ନେତା ମାନେ ଅଭିଯୋଗ କରିଥିଲେ । ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳା ଠାରୁ ଆରମ୍ଭ ହୋଇଥିବା ଏହି ପଦ ଯାତ୍ରା ସହର ପରିକ୍ରମା କରି ସ୍ଥାନୀୟ ଟାଉନ ହଲ ଠାରେ ଶେଷ ହୋଇଥିଲା । ଏହା ମଧ୍ୟରେ ନୂଆ ବସଷ୍ଟାଣ୍ଡ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନେତା ମାନେ ପୁଷ୍ପମାଲ୍ୟର୍ପଣ କରିଥିଲେ। । ପଦଯାତ୍ରାରେ ଗୁଣପୁର ନିର୍ବାଚନ ମଣ୍ଡଳୀର ଗୁଣପୁର , ଗୁଡ଼ାରୀ , ପଦ୍ମପୁର , ରାମାନାଗୁଡା ଓ ଚନ୍ଦ୍ରପୁର ବ୍ଲକ ବହୁ ସଂଖ୍ୟକ ବିଜେଡି କର୍ମୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର କୁମାର ଦାଶ, ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲି, ରଘୁନାଥ ଗମାଙ୍ଗ, ଅନୁସୂୟା ମାଝି, ସରସ୍ଵତୀ ମାଝି, ବିଜେଡ଼ି ସାଂସଦ ପାର୍ଥି କୌଶଲ୍ୟା ହିକକ୍କା , ରାଜ୍ୟ ଛାତ୍ର ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଵିଷ୍ଣୁ ପ୍ରସାଦ ପଣ୍ଡା,କାଉନସିଲର ଦେବୀ ପ୍ରସାଦ ଆଚାର୍ଯ୍ୟ, ଭାଗିରଥି ବିଷୋୟୀ, ଶିବ ପାଢ଼ୀ,ନଗର ବିଜେଡି ସଭାପତି ପୂର୍ଣ୍ଣ ଚନ୍ଦ୍ର ବାଉରୀ,ବ୍ଳକ ସଭାପତି ସମେଶ୍ବର ରାଓ କାଡ୍ରକା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାଳି ଗମାଙ୍ଗ, ଅଶ୍ବିନୀ ଗମାଙ୍ଗ, ମୁନା ପାଣି, ଲକ୍ଷ୍ମୀ ମହାପାତ୍ର,ଟୁକୁନା ରଥ, ନଗର ଉପସଭାପତି ରାଜେଶ ପଣ୍ଡା,ଏସ ବାବା ପ୍ରସାଦ,ଗଗନ ଆଚାର୍ଯ୍ୟ,କମଳ ମୁଟିକା, ଗୋଦାବରୀ ରାଉତ,ରାଧା ରମଣ ପାଢ଼ୀ,ମଣ୍ଟୁ ଆଚାର୍ଯ୍ୟ, ଦୁର୍ଗା ସାହୁ,ଦେବାନନ୍ଦ ପଣ୍ଡା, ଗୁଡାରି ଏନଏ ସି ଅଧ୍ୟକ୍ଷା ସରମିତା ଶବର, ସନ୍ତୋଷ ମହାନ୍ତି,କେଦାର ସାହୁ ଓ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଅନ୍ୟ ପ୍ରମୁଖ ବିଜେଡି ନେତା ମାନେ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ।


