ହେଡ୍‌କ୍ୱାର୍ଟର ଛାଡିବା ମହଙ୍ଗା ପଡିଲା, ୮୭ ଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ୍‌

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା ପାଇଁ ଲକ୍‌ଡାଉନ ଘୋଷଣା ପରେ ବିଦ୍ୟାଳୟ ଛୁଟି ହୋଇଥିଲେ ମଧ୍ୟ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ହେଡ୍‌କ୍ୱାର୍ଟର ଛାଡି ନ ଯିବାକୁ ସରକାରୀ ନିର୍ଦ୍ଦେଶ ରହିଥିଲା। ତେବେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିର ଶତାଧିକ ଶିକ୍ଷୟିତ୍ରୀ ଶିକ୍ଷକ ଘରକୁ ପଳାଇଛନ୍ତି। ସେମାନଙ୍କ ମଧ୍ୟରୁ ୮୭ ଜଣଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇ ୭ ଦିନ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି। ତେବେ ୮୭ ଜଣଙ୍କ ବ୍ୟତୀତ ଆହୁରି ଅଧିକ ଜିଲା ବାହାରର ଶିକ୍ଷକ ଘରକୁ ଯାଇଥିଲେ ମଧ୍ୟ ସେମାନଙ୍କ ନଁ। ଏହି ତାଲିକାରେ ନ ଥିବା ଚର୍ଚ୍ଚା ହେଉଛି। କୁମ୍ଭାରବାଡ଼ି ବିଦ୍ୟାଳୟର ଜଣେ ଶିକ୍ଷକ ଅନୁପସ୍ଥିତ ଥିବାରୁ ତାଙ୍କ ନାମକୁ ଭ୍ରମରବାଡ଼ି ସିଆରସିସି ଜଳେନ୍ଦ୍ର ଦିଗାଳ ବିଇଓଙ୍କୁ ପ୍ରଦାନ କରିଥିଲେ। କିନ୍ତୁ କେଉଁ କାରଣରୁ ତାଙ୍କୁ ଜବାବ ତଲବ ହୋଇନାହିଁ ସିଆରସିସି ଦିଗାଳ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି। ଏନେଇ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ