କଟକରେ ଖୋଲିବ ମଦ ଦୋକାନ

କଟକ: ମଦ ଦୋକାନ ଖୋଲିବ କି ନାହିଁ ଏନେଇ ରାଜ୍ୟ ସରକାରଙ୍କ ଲକଡାଉନ ୩.୦ ଗାଇଡଲାଇନରେ କିଛି ସ୍ପଷ୍ଟ କରାଯାଇନଥିଲା । ଫଳରେ ଦୋକାନ ଖୋଲିବାନେଇ ସଂଶୟ ଜାରି ରହିଛି । ଅପରପକ୍ଷରେ ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ଅନୁସରଣ କରି ଜିଲ୍ଲା ଓ ମ୍ୟୁନିସିପାଲିଟି ପ୍ରଶାସନ ପକ୍ଷରୁ ନିଜ ନିଜ ଅଞ୍ଚଳ ପାଇଁ ଗାଇଡଲାଇନ ଜାରି କରିଛନ୍ତି । କଟକ ସହର ପାଇଁ ଜାରି ଗାଇଡାଉନ ଅନୁଯାୟୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ସାମାଜିକ ଦୂରତା ରକ୍ଷା କରି ଏହି ଦୋକାନ ଚାଲିପାରିବ । ତେବେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲେ ବି କଟକରେ ଏଯାଏଁ ମଦ ଦୋକାନ ଖୋଲିନାହିଁ । ଏନେଇ ମଦ ଦୋକାନୀ ଓ ପୁଲିସ ପ୍ରଶାସନ ମଧ୍ୟରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।
ପ୍ରକାଶ ଯେ, ଲକଡାଉନ କଟକଣା କୋହଳ ପରେ କଟକରେ ଆଉ କିଛି ଦୋକାନ ଖୋଲିବ । କଟକରେ ସେଲୁନ, ଗହଣା ଦୋକାନ ଓ ମଦ ଦୋକାନ ଖୋଲି ପାରିବ ବୋଲି କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ସ୍ଥାନୀୟ କାରିଗରଙ୍କୁ ନେଇ ଗହଣା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିବାବେଳେ ବାହାର ମିସ୍ତ୍ରୀଙ୍କୁ ମନା କରାଯାଇଛି । ମାର୍କେଟ କପ୍ଲେକ୍ସରେ ନଥିବା ସିଙ୍ଗଲ/ମଲଟି ବ୍ରାଣ୍ଡ ମଲ ଖୋଲିପାରିବ । ଚୁଟିକଟା ସେଲୁନ, ସ୍ପା ଓ ବିଉଟି ପାର୍ଲର ଖୋଲି ପାରିବ । ତେବେ ସେଲୁନ ଓ ବିଉଟି ପାର୍ଲର କର୍ମଚାରୀ ଏନ-୯୫ ମାସ୍କ ପିନ୍ଧିବା ଜରୁରୀ । ମଦ ଦୋକାନ ଖୋଲିପାରିବ । କିନ୍ତୁ ସାମାଜିକ ଦୂରତ୍ୱ ବଜୟ ରଖିବା ଜରୁରୀ ବୋଲି କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ