ଗୋଦାମରୁ ୩୦୦ ପ୍ୟାକେଟ୍ ମାର୍ବଲ ଟାଇଲ୍ ଚୋରି, ୬ ଗିରଫ

ଜୟପୁର, (ୱାଇଏନ୍‌ଏସ୍‌): ଜୟପୁର ସଦରଥାନା ଅଂଚଳର ଏକ ମାର୍ବଲ ଟାଇଲ ଗୋଦାମରୁ ଚୋରି ହୋଇଥିବା ଅଭିଯୋଗରେ ଜୟପୁର ସଦର ପୋଲିସ ୬ ଜଣଙ୍କୁ ଗିରଫ କରିଛି । ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଉକ୍ତ ମାର୍ବଲ ଟାଇଲକୁ କିଣିଥିବା ଓ ନିଜ ଘର କାର୍ଯ୍ୟରେ ଲଗାଇଥିବା ମାଲିକକୁ ମଧ୍ୟ ପୋଲିସ ଗିରଫ କରିଛି । ସୂଚନାରୁ ପ୍ରକାଶ ଯେ, ଷ୍ଟୋନ୍ ୱାଲର୍ଡ ନାମକ ଏକ ମାର୍ବଲ ଟାଇଲ୍ ଗୋଦାମରୁ ଗତ କିଛି ଦିନ ତଳେ ପ୍ରାୟ ୩୦୦ ପ୍ୟାକେଟ୍ ମାର୍ବଲ ଟାଇଲ୍ ଚୋରି ହୋଇଥିବାର ଅଭିଯୋଗ ହୋଇଥିଲା । ସଦରଥାନା ପୋଲିସ ୮୪/୨୦୨୦ରେ ଏକ କେସ୍ ରୁଜୁ କରି ଘଟଣାର ତଦନ୍ତ ଚଳାଇ ଏହି ଚୋରି ମାମଲାରେ ଜଡ଼ିତ ୬ ଜଣଙ୍କୁ ଗିରଫ କରିଛି । ଉକ୍ତ ୬ ଅଭିଯୁକ୍ତ ହେଲେ ଗୋବରାଗୁଡ଼ାର ବିନୋଦ ମୁଦୁଲି(୨୨) ଓ ଭଜନ ଜାନି(୨୧), ଡ଼େରା ସାହିର ପ୍ରକାଶ ରାୟ, (୧୯), ହାଟପଡ଼ାର ଘାସି ସାଗର(୨୬), ଆଶିଷ ସାଗର(୨୩) ଏବଂ ଏମାନଙ୍କ ଠାରୁ ଉକ୍ତ ଚୋରା ମାର୍ବଲ ଟାଇଲକୁ କିଣି ଘର କାମରେ ଲଗାଇଥିବା ଘର ମାଲିକ ଗେଟଗୁଡ଼ାର ମୋହନ ରାଓ(୪୭)ଙ୍କୁ ସଦର ଥାନା ପୋଲିସ କୋର୍ଟ ଫର୍‌ୱାଡ଼୍ କରିଥିବା ଜଣାପଡିଛି । ଉକ୍ତ ୩୦୦ ପ୍ୟାକେଟ୍ ମାର୍ବଲ ଟାଇଲରୁ ୧୬୦ ପ୍ୟାକେଟ୍ ପୋଲିସ ଜବତ କରିଥିବା ବେଳେ ୭୦ ପ୍ୟାକେଟ୍ ମାର୍ବଲ୍ ଟାଇଲ୍ ମୋହନ ରାଓ ନିଜ ଘର କାମରେ ଲଗାଇଥିବା ପୋଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ