କଜଳା କେଳା ବସ୍ତିରେ ଖାଦ୍ୟ ସହାୟତା ପାଇଁ ପ୍ରଶାସନକୁ ଦାବି

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପୈାରାଚଂଳ ଅନ୍ତର୍ଗତ କଜଳା କେଳା ବସ୍ତିରେ ରାସନକାର୍ଡରୁ ବଂଚିତ ଲୋକମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ସେମାନଙ୍କୁ କରୋନା ଲକଡାଉନ ସମୟରେ ଖାଦ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି । ସେହି ବସ୍ତିର ରାସନକାର୍ଡରୁ ବଂଚିତ ଏହି ପରିବାର ଗୁଡିକ ଦୀର୍ଘ ୩୦ଦିନରୁ ଉର୍ଦ୍ଧ୍ୱ ହେବ ରାସନ ଓ ଖାଦ୍ୟ ଅଭାବରୁ ଏବଂ କାମନକରି ପାରି ମଜୁରୀ ପାଉ ନଥିବାରୁ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସେମାନେ ପ୍ରଶାସନକୁ ବାରମ୍ବାର ଜଣାଇଥିଲେବି ସେମାନଙ୍କ ସମସ୍ୟାର କୈାଣସି ପ୍ରତିକାର ହୋଇନଥିବା ବେଳେ ଜଣେ ଅଧିକାରୀ କେବଳ ଅନ୍ୟ ଜଣେ ଅଧିକାରୀଙ୍କ ନିକଟକୁ ସେମାନଙ୍କୁ ପଠାଉଥିବା ଅଭିଯୋଗ କରିଛନ୍ତି । ସେହି ବସ୍ତିର ବାହାଲି ଦାସ, ଓମ ଦାସ, ସୁରତୀ ଦାସ, ବର୍ଷା ଦାସ, ଶିବା ଦାସ, ଝୁମ୍ପୁରୀ ଦାସ, ମାମା ଦାସ ପ୍ରମୁଖ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରିଥିଲେ । ଜିଲ୍ଲାପାଳ ସମସ୍ୟାର ସମାଧାନ ପାଇଁ ସେମାନଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ