ଗୋପ ବ୍ଳକ ମହିଳା ମହାସଂଘ ଓ କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ମାକ୍ସ ଓ ଶୁଖିଲା ଖାଦ୍ୟ ବଣ୍ଟନ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): କୋଣାର୍କ ଏନ ଏ ସି ଅଧିନସ୍ଥ ୧୧ ନଂ ୱାର୍ଡ ନଳକଣ କେଳା ସାହି ଠାରେ ଵିଶ୍ବ ସାମ୍ବାଦିକ ସ୍ଵାଧୀନତା ଦିବସ ଅବସରରେ ଗୋପ ବ୍ଳକ ମହିଳା ମହାସଂଘ ଓ କୋଣାର୍କ ସାମ୍ବାଦିକ ସଂଘ ମିଳିତ ଆନୁକୂଲ୍ୟରେ ମାକ୍ସ, ସାଵୁନ, ସାନିଟାଇଜର ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବା ସହ କରୋନା ମହାମାରୀ ସମ୍ବଧିୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଵରରୁ ପ୍ରକାଶ ଯେ କୋଣାର୍କ ଏନଏସି ଅଧିନସ୍ଥ ନଳକଣ କେଳା ସାହି ଠାରେ ମହିଳା ମହାସଂଘ ଓ କୋଣାର୍କ ସାମ୍ବାଦିକ ସଂଘ ମିଳିତ ସହଯୋଗରେ କରୋନା ମହାମାରୀ କୋଭିଡ ୧୯ ରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ରକ୍ଷା ,ନିୟମିତ ସାଵୁନ ରେ ହାତ ଧୋଇବା, ସାନିଟାଇଜର ବ୍ୟବହାର ସହ ମାକ୍ସ ବ୍ୟବହାର କରିବା ଉପରେ ଏହି ସାହି ର ୬୦ ପରିବାର ଙ୍କୁ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ନଳକଣ କେଳା ସାହି ର ୬୦ ଜଣ ପରିବାର କୁ ଗୋପ ବ୍ଳକ ମହିଳା ମହାସଂଘ ର ସଭାନେତ୍ରୀ ମିନାକ୍ଷୀ ପୃଷ୍ଟି ଙ୍କ ନେତୃତ୍ୱରେ ୨୦୦ ମାକ୍ସ, ୨୦୦ସାଵୁନ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା। ସେହିପରି ଵିଶ୍ବ ସାମ୍ବାଦିକ ସ୍ଵାଧୀନତା ଦିବସ ଅବସରରେ କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ସଂପୃକ୍ତ ସାହି ରେ ଚୁଡା, ଗୁଡ, ମାଗି, ବିସ୍କୁଟ ଓ ଡାଲି ପ୍ରଭୃତି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇ କରୋନା ମହାମାରୀ ରୁ ରକ୍ଷା ପାଇବା ପାଇଁ ଘର କୁ ଘର ବୁଲି ସଚେତନତା ସୃଷ୍ଟି କରାଯାଇଥିଲା। ଏହି କରୋନା ସଚେତନତା କାର୍ଯ୍ୟକ୍ରମ ଓ ଶୁଖିଲା ଖାଦ୍ୟ ବଣ୍ଟନ ସମାରୋହରେ ସମାଜ ସେବୀ ରାଜେଶ ମହାନ୍ତି , ଗୋପ ବ୍ଳକ ମହିଳା ମହାସଂଘ ସଭାନେତ୍ରୀ ମିନାକ୍ଷୀ ପୃଷ୍ଟି, କୋଣାର୍କ ସାମ୍ବାଦିକ ସଂଘ ସଭାପତି ଜ୍ୟୋତି ରାଜ ମହାନ୍ତି, ସଂପାଦକ ମନୋରଞ୍ଜନ ପଣ୍ଡା, ପ୍ରମୋଦ ଗୋଛାୟତ, ସୁକାନ୍ତ କୁମାର ବିଶ୍ବାଳ, ପ୍ରଦୀପ ଛାଟୋଇ, ଯୁବ ସାମ୍ବାଦିକ ଗଣେଶ ଚନ୍ଦ୍ର ଵେହେରା ସହ ଗୋପ ବ୍ଳକ ମହିଳା ମହାସଂଘ ଓ କୋଣାର୍କ ସାମ୍ବାଦିକ ସଂଘ ର ର କର୍ମକର୍ତ୍ତା ଓ ସଭ୍ୟ ସଭ୍ୟା ଓ ଅଙ୍ଗନ ବାଡି କର୍ମୀ ସହଯୋଗ କରିଥିଲେ। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରାଯାଇ କରୋନା ମହାମାରୀ କୁ ସଚେତନତା ସୃଷ୍ଟି ମାଧ୍ଯମ ଓ ସାମାଜିକ ଦୂରତା ରକ୍ଷା କରି ମୂଳୋଟୋପାଟନ କରିଵା ପାଇଁ ମହିଳା ମହାସଂଘ ଓ କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ଉଦ୍ୟମ ଅବ୍ୟାହତ ଜାରି ରହିବ ବୋଲି ମହିଳା ମହାସଂଘ ସଭାନେତ୍ରୀ ମିନାକ୍ଷୀ ପୃଷ୍ଟି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ