ବନଖଣ୍ଡରେ ଅସୁରକ୍ଷିତ ବନ୍ୟଜନ୍ତୁ,ଜନବସତି ମୁହାଁ ହୋଇ ଜିବନ ହାରିଲେ ୨ ହରିଣ
କଳାହାଣ୍ଡି (ଯୁଗାବ୍ଦ ନ୍ୟୁଜ) ,ବନ୍ୟଜନ୍ତୁଙ୍କ ସୁରକ୍ଷା ନିମନ୍ତେ ସରକାର ବିଭିନ୍ନ ପ୍ରୟାସ କରଥିଲେ ମଧ୍ୟ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । କଳାହାଣ୍ଡି ଉତ୍ତର ବନଖଣ୍ଡରେ ଅସୁରକ୍ଷିତ ଅବସ୍ଥାରେ ପଡିରହିଛନ୍ତି ବନ୍ୟଜନ୍ତୁ । ବାରମ୍ବାର ଜନବସତି ମୁହାଁ ହୋଇ ଜୀବନ ହରାଉଥିଲେ ସୁଦ୍ଧା ସେଥିପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମଦନପୁର ଅଞ୍ଚଳରେ । ମଦନପୁର ରାମପୁର ବନବିଭାଗ ଅନ୍ତଗତ ବନାଞ୍ଚଳ ରେ ତିନିଗୋଟି ହରିଣ ଜନବସତି ମୁହାଁ ହୋଇଥିବାବେଳେ ଦୁଇ ହରିଣଙ୍କ ଜିବନ ହାରିଥିବା ଜଣାପଡିଛି। ଗତକାଲି ଏକ ହରିଣ ଉରଳୁକୁପା ଉତେଇ ନଦିରେ ପାଣିରେ ପାର ହେଉଥିବା ବେଳେ ପାଣିସ୍ରୋତ ରେ ଭାଷି ଜିବନ ହରାଇଛି। ବାରମ୍ବାର ଜିବଜନ୍ତୁ ଜଙ୍ଗଲ ରୁ ଜନବସତି ମୁହାଁ ହେଉଥିବା ବେଲେ ଜଙ୍ଗଳ ବିଭାଗିୟ ଅଧିକାରି ମାନେ ସୁରକ୍ଷା ଦେବାରେ ଅସଫଳ ପ୍ରାଣିପ୍ରେମି ମହଲରେ ବିଭାଗର କାର୍ୟ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି।


