ସିରିଏଲ୍ କିଲର୍ ମୁଣ୍ଡ ୧୫୧ ବର୍ଷରୁ ରଖାଯାଇଛି ସଂରକ୍ଷିତ

ପ୍ରାଚୀନ ମିଶର୍ରେ ଶବକୁ ସଂରକ୍ଷିତ କରାଯାଉଥିଲା, ଯାହାଙ୍କ ମମ୍ମି ଏବେ ବି ଦେଖିବାକୁ ମିଳୁଛି । କିନ୍ତୁ ଶୁଣି ଆଶ୍ଚର୍ଯ୍ୟ ହେବେ ପୁର୍ତ୍ତୁଗାଲର ୟୁନିଭର୍ସିଟିରେ ଡିଏଗୋ ଏଲ୍ୱେସ୍ ନାମକ ସିରିଏଲ୍ କିଲର୍ର ମୁଣ୍ଡ ପ୍ରାୟ ୧୫୦ ବର୍ଷରୁ ସଂରକ୍ଷିତ ହୋଇ ରହିଛି । ଡିଏଗୋ ଚାକିରି ସନ୍ଧାନରେ ଲିସ୍ୱନ୍ ଆସିଥିଲା; କିନ୍ତୁ ପୁର୍ତ୍ତୁଗାଲର ପରିବେଶରେ ସେ ସାଜିଲା ଏକ ଦୁର୍ଦ୍ଦର୍ଷ ସିରିଏଲ୍ କିଲର୍ । ଚାକିରି ସନ୍ଧାନରେ ବିଫଳ ହେବାରୁ ସେ ଅପରାଧ ଦୁନିଆରେ ପାଦ ଥାପିଲା । ପ୍ରଥମେ ସେ ଲୁଟ୍ପାଟ୍ କଲା । ଏଥିପାଇଁ ସେ ଏକ ନିଛାଟିଆ ସ୍ଥାନରେ ଥିବା ନଦୀକୂଳ ରାସ୍ତାକୁ ବାଛିଲା । ବିଶେଷକରି ସେ ରାସ୍ତାରେ କୃଷକଙ୍କ ଯିବାଆସିବା ଅଧିକ ଥିଲା । ଯେତେବେଳେ କୌଣସି କୃଷକ ଟଙ୍କା ଦେବାକୁ ମନାକରୁଥିଲେ, ଡିଏଗୋ ସେମାନଙ୍କୁ ହତ୍ୟା କରି ନଦୀକୁ ଫିଙ୍ଗି ଦେଉଥିଲା । ଧୀରେ ଧୀରେ ପୁଲିସକୁ ନଦୀରୁ କୃଷକଙ୍କ ଶବ ମିଳିଲା । ଋଣ ଯନ୍ତ୍ରଣାରେ ଆତ୍ମହତ୍ୟା କରିଥିବା ଭାବି କେସ୍ ବନ୍ଦ ହେଉଥିଲା । କିନ୍ତୁ ପରେ ଏମିତି କିଛି ଶବ ମିଳିଲା, ଯେଉଁମାନଙ୍କ ଶରୀରରେ କ୍ଷତ ଚିହ୍ନ ଥିଲା । ପୁଲିସ୍ ସନ୍ଦେହ କଲା, ଏସବୁ ଆତ୍ମହତ୍ୟା ନୁହେଁ ହତ୍ୟା । ପୁଲିସ ତନାଘନା ଆରମ୍ଭ ହେବାରୁ ଡିଏଗୋ ୩ ବର୍ଷ ପାଇଁ ଅଣ୍ଡରଗ୍ରାଉଣ୍ଡ୍ ହୋଇଗଲା । ପୁଣି ଫେରିବା ପରେ ବାହାରୁ ଅସ୍ତ୍ରଶସ୍ତ୍ର କିଣି ଶହ ଶହ ଲୋକଙ୍କୁ ହତ୍ୟା କଲା । କେବଳ ୧୯୪୧ରେ ୭୦ ଜଣଙ୍କୁ କ୍ରୂର ହତ୍ୟା କରିଥିବା ଜଣାଯାଏ । ପୁଲିସ ହାତରେ ଧରାପଡ଼ିବା ପରେ ତାକୁ ଫାଶୀ ଦଣ୍ଡାଦେଶ ଦିଆଗଲା । ସେତେବେଳେ ପର୍ତ୍ତୁଗାଲ୍ ୟୁନିଭର୍ସିଟିରେ ଫ୍ରୋନୋଲଜି(ମସ୍ତିଷ୍କ ବିଜ୍ଞାନ) ଏକ ଲୋକପ୍ରିୟ ବିଷୟବସ୍ତୁ ଥିଲା । ଏଥିରେ ମସ୍ତିଷ୍କର ଏଭଳି କୋଷିକାର ଯାଞ୍ଚ କରାଯାଏ, ଯାହାଦ୍ୱାରା ମଣିଷ ବ୍ୟକ୍ତିତ୍ୱର ସନ୍ଧାନ କରାଯାଏ । ତେଣୁ ଫାଶୀ ପରେ ଡିଏଗୋର ମୁଣ୍ଡ କାଟି ସଂରକ୍ଷିତ ଅବସ୍ଥାରେ ରଖାଗଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ