ଗୋବିନ୍ଦପୁର ପଞ୍ଚାୟତରେ ରାସନସାମଗ୍ରୀ, ମାକ୍ସ ବଣ୍ଟନ ସହ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
ବନ୍ତ (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ରାସନକାର୍ଡରୁ ବଞ୍ôଚତ ପରିବାର ଓ ଅସହାୟ ମାନଙ୍କୁ ବିଜେପି ନିର୍ବାଚନ ମଣ୍ଡଳୀ ନେତା ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ ୨ ଦିନ ଧରି ରାସନସାମଗ୍ରୀ ଓ ମାକ୍ସ ବଣ୍ଟନ ସହିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାମାରୀ କରୋନା ପାଇଁ ଭଦ୍ରକ ଜିଲ୍ଲାକୁ ରେଡ୍ ଜୋନ୍ ଘୋଷଣା କରାଯାଇଥିବା ବେଳେ ସୋମବାର ଏରେଣ୍ଡେଇ ଓ ତରାଗୋ ଗ୍ରାମରେ ରାସନ ସାମଗ୍ରୀ ଓ ମାକ୍ସ ବଣ୍ଟନ କରାଯାଇଥିଲା । ସେହିପରି ମଙ୍ଗଳବାର ଗୋବିନ୍ଦପୁର ଓ ରତନପୁର ଗ୍ରାମରେ ରାସନସାମଗ୍ରୀ ଓ ମାକ୍ସ ବଣ୍ଟନ ସହିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ କେନ୍ଦୁଆପଦା ଫାଣ୍ଡିର ଭାରପ୍ରାପ୍ତ ଅଧିକାରୀ ଓ ସମସ୍ତ କର୍ମଚାରୀ ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ଗୋବିନ୍ଦପୁର ପଞ୍ଚାୟତରେ ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶଙ୍କର୍ଷଣ ଜେନା, ଭାସ୍କର ସେନାପତି, ରାଜୀବଲୋଚନ ସାହୁ, ତାପସ ଜେନା, କମଳାକାନ୍ତ ନାୟକ, ବିଶ୍ୱନାଥ ନାୟକ, କୈଳାସ ରାଉତ, ପଦ୍ମଲୋଚନ ପାତ୍ର, ବିଦ୍ୟାଧର ସେନାପତି, ଲକ୍ଷ୍ମୀଧର ଜେନା, ଅଭିମନ୍ୟୁ ରାଉତ, ମଣିଭଦ୍ର ରାଉତ ଉପସ୍ଥିତ ରହି ପରିଚାଳନା କରିଥିଲେ ।