ତହସିଲଦାରଙ୍କ ବିଭିିନ୍ନ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ
ବନ୍ତ (ଚାନ୍ଦିନୀ ମହାନ୍ତି) : ମଙ୍ଗଳବାର ବନ୍ତ ତହସିଲଦାର ଇନ୍ଦିରା ସାହୁ ଆଗରପଡା ଥାନା ଅଧିନ ବିଭିନ୍ନ ଗ୍ରାମ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବି.ପି.ଏମ୍ ଜୟନ୍ତ ଭୋଇ ଏବଂ ସି.ଏଫ.ଡବ୍ଲ୍ୟୁ.ଏସ୍.ଡିର ସଂପାଦକଙ୍କ ସହିତ ତହସିଲଦାର ଚାରିଗାଁ ଆବଦ୍ଧାଞ୍ଚଳ ପରିଦର୍ଶନ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ଚାରିଗାଁ ପଞ୍ଚାୟତ ଅଧିନ ଇଟୁଆ ସରକାରୀ ଉପ୍ରା ବିଦ୍ୟାଳୟ ଏବଂ ଗୋପିନାଥପୁର ପଞ୍ଚାୟତ ଅଧିନ ଗୋପିନାଥଜୀଉ ଉଚ୍ଚ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିବା ସହିତ ସେଠାରେ ଥିବା ପ୍ରବାସୀ ଓଡିଶା ଫେରନ୍ତାଙ୍କ ଅବସ୍ଥା ବିଷୟରେ ଅନୁଧ୍ୟାନ କରିଥିଲେ ।