ନିର୍ମାଣ ଶ୍ରମିକ ମାନଙ୍କୁ ସଚେତନତା ସହ ମାକ୍ସ ବଣ୍ଟନ

ବନ୍ତ (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତରେ କାର୍ଯ୍ୟରତ ନିର୍ମାଣ ଶ୍ରମିକ ମାନଙ୍କୁ ସେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡି ପକ୍ଷରୁ ସଚେତନତା କରାଯିବା ସହ ମାକ୍ସ ବଣ୍ଟନ କରାଯାଇଛି । ସେହିପରି ଅଣିଜୋ ପଞ୍ଚାୟତ ଦେହୁରୀ ସାହିରେ କୋଭିଡ୍‌-୧୯ ସଚେତନତା କାର୍ଯ୍ୟକ୍ରମ ସହ ଲୋକ ମାନଙ୍କୁ ସାବୁନ୍‌, ମାକ୍ସ ଆଦି ବଣ୍ଟନ କରାଯାଇଥିଲା । ସଂସ୍ଥାର ସଂପାଦକ ଗୋପିନାଥ ଦାଶଙ୍କ ତତ୍ତ୍ୱାବଧାନ ତଥା କାର୍ଯ୍ୟକାରୀ ସଂପାଦକ ନୃସିଂହ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ବନିତାରାଣୀ କିସ୍କୁ, ସରପଞ୍ଚ ଜଗବନ୍ଧୁ ବେହେରା ଯୋଗ ଦେଇଥିଲେ । ଏଥିରେ ସ୍ୱେଚ୍ଛାସେବୀ ରଞ୍ଜନ କୁମାର ଦାଶ, ବରୁଣ ପେରେଇ, ସଂଯୋଜକ ପ୍ରଦୀପ ଜେନା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ