ଋଣ ଯୋଗାଉଥିବା ଆମେରିକାକୁ ଆଜି ୩୦୦,୦୦୦ କୋଟି ଡଲାର ଋଣ ଆବଶ୍ୟକ

ନୂଆଦିଲ୍ଲୀ:ଏବେ କରୋନା ସାରା ବିଶ୍ୱରେ ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ପ୍ରଭାବଶାଳୀ ରାଷ୍ଟ୍ର୍‌ମାନେ ମଧ୍ୟ ଏହି କରୋନାର କବଳରୁ ରକ୍ଷା ପାଇ ନାହାଁନ୍ତି । ବିଶ୍ୱର ସବୁଠାରୁ ଧନୀ ରାଷ୍ଟ୍ର ଭାବେ ପରିଚିତ ଆମେରିକା ଯିଏକି ସମସ୍ତ ରାଷ୍ଟ୍ରକୁ ସଙ୍କଟ ସମୟରେ ଋଣ ପ୍ରଦାନ କରୁଥିଲା ସେ ଆଜି ଋଣ ଆବଶ୍ୟକ କରୁଛି । କରୋନା ପ୍ରଭାବରେ ଆମେରିକାର ଅର୍ଥନୀତି ଏକଦମ୍ ଭାଙ୍ଗି ପଡିଛି । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସଂକ୍ରମଣ ସଂଖ୍ୟା ମଧ୍ୟ ଥମିବାର ନା’ ନେଉନାହିଁ । ସମଗ୍ର ବିଶ୍ୱରେ କରୋନାର ତାଣ୍ଡବ ଆମେରିକାରେ ର୍ହି ବେଶି ଦେଖିବାକୁ ମିଳିଛି । ଲକ୍ଷ ଲକ୍ଷ ଲୋକ ବେରୋଜଗାର ହେବା ସହ ବଡ଼ ବଡ଼ କମ୍ପାନୀ ଆଜି ତିଷ୍ଠି ପାରୁନାହିଁ । ସେହିପରି ଅର୍ଥନୀତିରେ ସଙ୍କଟ ସୃଷ୍ଟି ହୋଇଛି। ବିଗୁଡୁଥିବା ଅର୍ଥନୀତିରେ ସୁଧାର ଆଣିବା ପାଇଁ ଆମେରିକା ୩୦୦,୦୦୦ କୋଟି ଡଲାରର ଋଣ ଆବଶ୍ୟକ କରୁଛି ବୋଲି କୁହାଯାଉଛି। ଦ୍ୱିତୀୟ ତ୍ରୟମାସରେ ଏହି ରେକର୍ଡ ପରିମାଣର ଋଣ ଆମେରିକା ଲୋଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ଋଣ ଅର୍ଥରେ ଆମେରିକାର ସ୍ବାସ୍ଥ୍ୟ ସେବାକୁ ବିକଶିତ କରାଯିବା ସହିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ତେବେ ଏତେ ପରିମାଣର ଋଣ ନେବା ଦେଶର ଅର୍ଥନୀତି ପାଇଁ ଅନୁକୂଳ ନୁହେଁ ବୋଲି ଅର୍ଥଶାସ୍ତ୍ରୀ ମତପୋଷଣ କରିଛନ୍ତି। ସୂଚନାଯୋଗ୍ୟ,୨୦୧୯ରେ ଆମେରିକା ୧୨୮,୦୦୦ କୋଟି ଡଲାର ଋଣ ନେଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ