ରାଜ୍ୟରୁ ଆଉ ପାଞ୍ଚ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରୁ ଆଉ ପାଞ୍ଚ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଗତସିଂହପୁର ଜିଲ୍ଲାରୁ ଚାରି ଜଣ ଏବଂ କେନ୍ଦ୍ରାପଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ନୂତନ ଚାରି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ ରେ ପହଞ୍ଚିଛି। ପୂର୍ବରୁ ଜଗତସିଂହପୁରରୁ କେହିବି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ବେଳେ ପ୍ରଥମ ଥର ପାଇଁ ଜଗତ ସିଂହପୁର ଜିଲ୍ଲାକୁ ଛୁଇଁଛି କରୋନା। ଜଗତସିଂହପୁରର ୪ ଆକ୍ରାନ୍ତ ସୁରତ ଫେରନ୍ତା ଏବଂ ସେମାନଙ୍କ ବୟସ ୨୬, ୩୦, ୩୨ ଏବଂ ୪୭ ବୋଲି ଜଣାପଡିଛି। ସେହିପରି କେନ୍ଦ୍ରାପଡାର ଆକ୍ରାନ୍ତ ଜଣକ ୬୦ ବର୍ଷ ବୟସ୍କ ପୁରୁଷ ଏବଂ କୋଲକାତା ଫେରନ୍ତା ବୋଲି ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ ପହଞ୍ଚିଥିବା ବେଳ ତନ୍ମଧ୍ୟରୁ ୬୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣଙ୍କର ପ୍ରାଣହାନି ଘଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ