୧୨ଟା ବାଜୁ ନଥିବା ଘଣ୍ଟା

ସମସ୍ତ ଘଣ୍ଟାରେ ୧ ଠାରୁ ୧୨ ପର୍ଯ୍ୟନ୍ତ ସଂଖ୍ୟା ରହିଥାଏ । ହେଲେ ଦୁନିଆରେ ଏପରି ଘଣ୍ଟା ଅଛି ଯେଉଁଥିରେ ୧୨ ସଂଖ୍ୟା ନାହିଁ । ଏହି ଘଣ୍ଟାରେ କେବେ ବି ୧୨ଟା ବାଜି ନଥାଏ । ଏହି ଅଜବ ଘଣ୍ଟା ସୁଇଜରଲ୍ୟାଣ୍ଡ ସୋଲୋଥର୍ନ ସହରରେ ରହିଛି । ଏହି ଟାଉନ୍ରେ ଏକ ଘଣ୍ଟା ଲାଗିଛି ଯେଉଁଥିରେ ୧୨ ସଂଖ୍ୟା ନାହିଁ । ଏହି ସହରରେ ଏଭଳି ଅନେକ ଘଣ୍ଟା ଅଛି ଯେଉଁଥିରେ ୧୨ ଅଙ୍କ ନାହିଁ । ଏହି ଘଣ୍ଟାଗୁଡିକରେ କେବେ ବି ୧୨ଟା ବାଜେ ନାହିଁ । ତେବେ ଏହା ପଛରେ ଏଠିକାର ବାସିନ୍ଦାଙ୍କ ହାତ ରହିଛି । ଏଠିକାର ବାସିନ୍ଦାଙ୍କର ୧୧ ଅଙ୍କ ପାଇଁ ରହିଥିବା ଅହେତୁକ ଦୁର୍ବଳତା ପାଇଁ ଏଠାରେ ଏପରି କରାଯାଇଥିବା ଜଣାପଡିଛି । ଏହି ଘଣ୍ଟା ବ୍ୟତୀତ ଏଠାରେ ଥିବା ଚର୍ଚ୍ଚ ସଂଖ୍ୟା ମଧ୍ୟ ୧୧ । ଏହା ବ୍ୟତୀତ ଟାୱାର, ସଂଗ୍ରହାଳୟ ଆଦିର ସଂଖ୍ୟା ମଧ୍ୟ ୧୧ । ସ୍ଥାନୀୟ ଏକ ଚର୍ଚ୍ଚରେ ଥିବା ପାହାଚ ସଂଖ୍ୟା, ଘଣ୍ଟି ଓ ଦୁଆର ମଧ୍ୟ ୧୧ଟି ରହିଛି । ଏଠାରେ ଲୋକମାନେ ନିଜ ପରିବାର ସଦସ୍ୟଙ୍କ ୧୧ ତମ ଜନ୍ମ ଦିନକୁ ଖୁବ୍ ଧୁମ୍ଧାମ୍ରେ ପାଳନ କରିଥାଆନ୍ତି । ତେବେ ଏହି ୧୧ ଅଙ୍କ ପଛରେ କିଛି ଅଦ୍ଭୁତ ଅଲୋ÷କିକ ଶକ୍ତି ରହିଛି ଯାହା ତାଙ୍କ ଜୀବନରେ ଖୁସି ସମୃଦ୍ଧି ଆଣିଥାଏ ବୋଲି ସାଧାରଣ ଲୋକଙ୍କର ବିଶ୍ୱାସ ରହିଛି । ଯାହାର 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ