ଦିନରେ ତିନି ଥର ରୂପ ବଦଳାନ୍ତି ହନୁମାନ
ଭାରତରେ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ରହସ୍ୟ ରହିଛି । ମଧ୍ୟପ୍ରଦେଶ ପୁରବା ଗାଁ ନିକଟରେ ଥିବା ସୂରଜକୁଣ୍ଡରେ ହନୁମାନ ମନ୍ଦିର ରହିଛି । ଏଠାରେ ଠାକୁର ଗୋଟିଏ ଦିନର ୨୪ ଘଣ୍ଟା ମଧ୍ୟରେ ୩ ଥର ନିଜର ସ୍ୱରୂପ ଆପେ ଆପେ ବଦଳାଇଥାନ୍ତି । ମୂର୍ତ୍ତି ଏଭଳି କିପରି ହେଉଛି ତାହା ଏ ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି । ସକାଳ ୧୦ ପର୍ଯ୍ୟନ୍ତ ହନୁମାନ ବାଳ ସ୍ୱରୂପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି । ପରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବୀର ସ୍ୱରୂପ ବା ଯୁବକ ଅବସ୍ଥାରେ ରହିଥାନ୍ତି । ଏହାପରେ ପୂରା ରାତି ବୃଦ୍ଧ ରୂପରେ ରହିଥାନ୍ତି । ଏଠି ପୂଜାର୍ଚ୍ଚନା କଲେ ସମସ୍ତ ମାନସିକ ପୂରଣ ହୋଇଥାଏ ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି । ପ୍ରତିଦିନ ଦେଶ ବିଦେଶରୁ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି ।


