ବାସିଙ୍ଗିରେ ‘ଆମ ଓଡ଼ିଶା’ ଆନୁକୁଲ୍ୟରେ ୩୦ ୟୁନିଟ୍ ରକ୍ତ ସଂଗ୍ରହ

ରାଇରଙ୍ଗପୁର (ଅକ୍ଷୟ କୁମାର ବିଶ୍ୱାଳ): ମହାମାରୀ’କରୋନା’ ଭୂତାଣୁ ସଂକ୍ରମଣ କରି ଚାଲିଛି ସାରା ବିଶ୍ୱ ମାନବ ସମାଜକୁ ।’କରୋନା’ ଠାରୁ ଦୂରେଇ ରହିବା ଏବଂ ସଚେତନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ ଡାଉନ୍ ବଳବତ୍ତର କରି ରଖିଛନ୍ତି ।ଯଦିଓ ଏବେ କିଛିଟା ପରିସ୍ଥିତିକୁ ଦେଖି କିଛି ଟା କୋହଳ କରାଗଲାଣି ।ତଦସହ ବୈଶାଖ ମାସ ଚାଲିଛି । ଗ୍ରୀଷ୍ମପ୍ରବାହ ଓ କାଳ ବୈଶାଖୀ ପ୍ରଭାବରେ ସମସ୍ତେ ଛଟପଟ ହେଉଛନ୍ତି । ଏଭଳି ବିପତ୍ତି ସମୟରେ ଡାକ୍ତରଖାନାରେ ରକ୍ତ ସଂକଟ ଦେଖାଦେଇଛି ।ରକ୍ତ ପାଇଁ ପ୍ରସୂତି ମହିଳା, ଥାଲାସେମିଆ ରୋଗୀ, ଅସ୍ତ୍ରୋପଚାର ରୋଗୀ,ରକ୍ତହୀନତା ରୋଗୀ ପ୍ରମୁଖ ଜୀବନ ସହ ସଂଗ୍ରାମ କରୁଛନ୍ତି ।
ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାରରେ ଲକ୍ ଡାଉନ୍ ପରଠାରୁ ରକ୍ତ ଅଭାବ ଦେଖାଦେଇଛି । ଓଡ଼ିଶାର ସବୁଠାରୁ ପୁରାତନ ଓ ବଡ଼ ‘ରକ୍ତ ସଂଗ୍ରହ ‘ କାର୍ଯ୍ୟକ୍ରମ କରୁଥିବା ସାମାଜିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଉଛି ‘ଆମ ଓଡ଼ିଶା ଯେଉଁ ଅନୁଷ୍ଠାନରେ ଓଡ଼ିଶାର ସମସ୍ତ ବ୍ଲକ ଏବଂ ପୌରାଞ୍ଚଳରେ ପ୍ରତି ବର୍ଷ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରି ବିଭିନ୍ନ ଡାକ୍ତରଖାନାର ରକ୍ତ ଭଣ୍ଡାରରେ ରକ୍ତ ଅଭାବ ପୂରଣ କରିଥାଏ ।ସାରା ଓଡ଼ିଶାର ସରକାରୀ ଡାକ୍ତରଖାନାର ୭୦ ଭାଗ ରକ୍ତ ସଂକଟ ପୁରଣ କରିବା ସହ ଲୋକମାନଙ୍କର ଅମୁଲ୍ୟ ଜୀବନ ରକ୍ଷା କରିବାର ସହା଼ୟକ ହୋଇଆସୁଛି । ରାଇରଙ୍ଗପୁର ହସ୍ପିଟାଲର ରକ୍ତଭଣ୍ଡାରରେ ରକ୍ତ ସଂକଟ ଟାଳିବା ପାଇଁ ମୟୂରଭଂଜ ଜିଲ୍ଲାର ‘ଆମ ଓଡିଶା’ ରାଇରଙ୍ଗପୁର ଶାଖା ଆନୁକୁଲ୍ୟରେ ଅନୁଷ୍ଠାନର ଅଧ୍ୟକ୍ଷ ‘କରୋନା’ ଗଣମାଧ୍ୟମ ଯୋଦ୍ଧା ଅସିମ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବୁଧବାର ଦିନ ବହଳଦା ବ୍ଲକର ବାସିଙ୍ଗି ପଞ୍ଚାୟତର ବାସିଙ୍ଗିରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବାସିଙ୍ଗି ପଞ୍ଚାୟତର ୩୦ ଜଣ ସମାଜସେବୀ, ସ୍ବେଚ୍ଛାସେବୀ,ମାନବବାଦୀ ପରୋପକାରୀ ଯୁବକ ଭାଇମାନେ ରକ୍ତଦାନ କରି ନିଜକୁ ଧନ୍ୟ ମଣିଥିଲେ ।ବହୁ ଯୁବକ ଆସି ରକ୍ତଦାନ ପୁଣ୍ୟକାମରେ ସାମିଲ ହେବାକୁ ଆସିଥିଲେ । କିନ୍ତୁ ସରକାରଙ୍କ ‘କରୋନା’ ପାଇଁ ସାମାଜିକ ଦୂରତା ରଖିବା ପାଇଁ ୨୦ ରୁ ୩୦ୟୁନିଟ ରକ୍ତ ସଂଗ୍ରହ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସେଥିପାଇଁ ସେମାନେ ରକ୍ତ ଦେଇ ନ ପାରି ଫେରି ଯାଇଥିଲେ । କାର୍ଯ୍ୟକ୍ରମରେ ଗଣମାଧ୍ୟମ ‘କରୋନା’ ଯୋଦ୍ଧା ମଳୟ ଦାସ, ରାଇରଙ୍ଗପୁର ରକ୍ତଭଣ୍ଡାରର ଅଧିକାରୀ ଡାକ୍ତର ପିୟୁଷ ମିଶ୍ର, ଡାକ୍ତର ହିମାଂଶୁ ନାୟକ,ଜଳେନ୍ଦ୍ର ନାଥ ରଣା,ଶାଲା ବାବୁ,ଗିରି ବାବୁ, ସମାଜସେବୀ ଜିତୁ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।’ଏହି ଘଡିସନ୍ଧି ସମୟରେ’ ଆମ ଓଡ଼ିଶା’ ରାଇରଙ୍ଗପୁର ଶାଖାର ଅଧ୍ୟକ୍ଷ ଅସିମ ମହାପାତ୍ର ରକ୍ତଦାନ ମହତ ଦାନ କାର୍ଯ୍ୟକ୍ରମରେ ରକ୍ତ ଠୋପାଏ ପାଇଁ ଜୀବନ ସହିତ ସଂଘର୍ଷ କରୁଥୂବା ରୋଗୀ ମୁହଁରେ ହସ ଫୁଟାଇ ପାରିବା ଭଳି କାର୍ଯ୍ୟରେ ସାମିଲ ହୋଇଥିବାରୁ ବାସିଙ୍ଗିବାସୀଙ୍କୁ ସାଧୁବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ