ବଗଡା ପଂଚାୟତ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଂଟନ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ପରାମର୍ଶରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଂଚାୟତ ପକ୍ଷରୁ ସରପଂଚ ନିରୂପମା ପ୍ରଧାନଙ୍କ ନେତୃତ୍ୱରେ ପଂଚାୟତର ବିଭିନ୍ନ ଗ୍ରାମରେ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନତା କରାଯିବା ସହିତ ମାସ୍କ ଓ ସାନିଟାଇଜର ବଂଟନ କରାଯାଇଛି । ପଂଚାୟତର ବଗଡା, ବଳିରାଜ, ତୁଣୁପୁର, ଭିଁପୁର, ବଡନାଇଁପୁର, ସାନନାଇଁପୁର ଓ କଚେରିପଡା ପ୍ରଭୃତି ଗ୍ରାମରେ ଲୋକମାନଙ୍କୁ ସଚେତନ କରାଯାଇ ମାସ୍କ ଓ ସାନିଟାଇଜର ବଂଟନ କରାଯାଇଛି । ବରିଷ୍ଠ ବିଜେଡି ନେତା ଭଜକୃଷ୍ଣ ରାଉତ, ପଂଚାୟତ ବିଜେଡି ସଭାପତି ଦେବପ୍ରସାଦ ପାଣି, ପ୍ରାକ୍ତନ ସରପଂଚ ଦୋଳଗୋବିନ୍ଦ ପାଣି, ଅଧ୍ୟାପକ ଶ୍ରୀଧର ବେହେରା, ଯୁବନେତା କୈଳାସ ପ୍ରଧାନ, ବିଶ୍ୱରଞ୍ଜନ ଦାସ, ଭାବଗ୍ରାହୀ ଦାସ, ଗୈାତ୍ତମ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।