ଗ୍ରୀନ ଜୋନ ହଟିଲା। ଅରେଞ୍ଜ ଜୋନରେ ଜଗତସିଂହପୁର ଜିଲ୍ଲା
ଜଗତସିଂହପୁର,(ପିତବାସ ପ୍ରଧାନ):ଉପକୁଳ ଜିଲ୍ଲା ଜଗତସିଂହପୁରକୁ ମହାମାରୀ କରୋନ ଛୁଇଁଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଦିନରେ ୫ ରେ ପହଞ୍ଚିଛି। ପ୍ରଥମ ଦିନ ୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଦିତୀୟ ଦିନରେ ଆଉ ଜଣେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୫ ଜଣ ଆକ୍ରାନ୍ତ ଙ୍କ ଘର ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକର। ୫ ନମ୍ବର ଆକ୍ରାନ୍ତଙ୍କ ବୟସ ୭୦ ବର୍ଷ ହୋଇଥିବା ବେଳେ ସେ ନାଉଗାଁ ବ୍ଲକର ଡେରିକି ଗ୍ରାମର ବାସିନ୍ଦା ଅଟନ୍ତି। କଲିକତା ଫେରନ୍ତା।ଆଗରୁ ସେ କ୍ବରାଣ୍ଟାଇନରେ ଥିଲେ। ରିପୋର୍ଟ ପଜିଟିଭ ଆସିଲା ପରେ ତାଙ୍କୁ କିମ୍ସିକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି।ଆଗକୁ ଆହୁରି ସୁରତ କଲିକତା ଫେରନ୍ତାଙ୍କ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ବେଳେ ଜିଲ୍ଲା ପ୍ରସାଶନ ପାଇଁ ବଡ ଚ୍ୟାଲେଞ୍ଜ ହୋଇ ଦେଖା ଦେଇଛି।