ମୋଦିଙ୍କ ୪ ଆକାଉଣ୍ଟ ସିଜ୍ , ୨୮୩ କୋଟି ଜବତ

ଭାରତୀୟ ତଦନ୍ତ କାରୀ ସଂସ୍ଥା ତରଫରୁ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ୧୩ ହଜାର କୋଟି ଟଙ୍କା ଠକେଇ ମାମଲାରେ  ମୁଖ୍ୟଅଭିଯୁକ୍ତ ନିରବ ମୋଦିଙ୍କୁ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୁଜରଲାଣ୍ଡରେ ଥିବା ତାଙ୍କ ଭଉଣୀ ପୂର୍ବୀ ମୋଦିଙ୍କ ନାମରେ ଥିବା ୪  ଟି ଏକାଉଣ୍ଟକୁ ସିଜ୍ କରିଛି ତଦନ୍ତକାରୀ ସଂସ୍ଥା । ୪ ଟି  ଏକାଉଣ୍ଟରୁ ମୋଟ ନଗଦ ୨୮୩ କୋଟି ୧୬ ଲକ୍ଷ  ଟଙ୍କା ଜବତ କରାଯାଇଛି । ଭାରତ ସରକାର ଅନୁରୋଧ ପରେ ସୁଇସ୍ ବ୍ୟାଙ୍କ ତରଫରୁ  ଭାରତକୁ ତଥ୍ୟ ପ୍ରଦାନ କରାଯାଇଥିଲା । ଏଥିରେ ଦ୍ୱିତିୟ ଅଭିଯୁକ୍ତ ମେହୁଲ ଜୋକସୀଙ୍କୁ ଆଣ୍ଟିଗୁଆ ପକ୍ଷରୁ ଭାରତ ପ୍ରତ୍ୟାର୍ପଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଦ୍ୱିତୀୟ ଅଭିଯୁକ୍ତ ଚୋକସୀଙ୍କ ନାଗରିକତା ରଦ୍ଦ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ବର୍ତ୍ତମାନ ନିରବ ମୋଦି ଲଣ୍ଡନର ବିଚାର ବିଭାଗୀୟ ହାଜତରେ ଅଛନ୍ତି । ନିରବ ମୋଦ ି୪ ଥର ଆବେଦନ କରିଥିଲେ ମଧ୍ୟ କୋର୍ଟ ତରଫରୁ ଏହା ଖାରଜ କରାଯାଇଛି । ୨୦୧୮ ରେ         ଏହି ଠକେଇ ଅଭିଯୋଗ  ଆସିଥିବା ସୟମୟରେ ସେହି ଦିନ ଠାରୁ ନିରବ ମୋଦୀ ଓ ଚୋକସୀ ବିଦେଶରେ ଲୁଚି  ରହିଥିଲେ । ମାର୍ଚ୍ଚ ୧୯ ତାରିଖରେ ନିରବ ମୋଦି ଲଣ୍ଡନରେ ଗିରଫ କରାଯାଇଥିଲା ସିବିଆଇ ଓ ଇଡି ତରଫରୁ ମାମଲା ର ତଦନ୍ତ ଜାରୀ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ