ଜରୁରୀ ଅବତରଣ ବେଳେ ଅଘଟଣ କୋଠାରେ ବାଜି ଜଳିଗଲା ବିମାନ : ୨ ମୃତ
ମସ୍କୋ : ଜରୁରୀ କାଳିନ ଅବତରର ସମୟରେ ଏକ କୋଠାରେ ବାଜି ବିମାନଟି ସଂମ୍ପୂର୍ଣ୍ଣ ଜଳିଯାଇଛ ି । ଦୂର୍ଘଟଣାରେ ୨ ଜଣ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ଶିଶୁଙ୍କ ସମେତ ୪୩ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତୀ ଯାଇଥିବା ଜଣାପଡିଛି । ଏଏନ୍ -୨୪ ନାମକ ବିମାନଟି ସର୍ବିୟାର ଉଲାନ୍ – ଉଡେରୁ ଉଡାଣ ଭରିଥିଲା । ଏହି କାରଣରୁ ବିମାନଟି ନିଜନେନ୍ଗ୍ରାସ ଠାରେ ଅବତରଣ କରୁଥିବା ସମୟରେ ବିମାନଟି କୋଠାକୁ ବାଜି ନିଆଁ ବାହାରିଥିଲା । ଏହା ପରେ ସଂଗେ ସଂଗେ ବିମାନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲା ବେଳେ ବେଳେ ୨ କର୍ମଚାରୀ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଜଣାପଡିଛି ।


