ଗଞ୍ଜାମ ଗସ୍ତରେ ସାତ ଜଣିଆ ଟିମ୍‌

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଗଞ୍ଜାମ ଗସ୍ତରେ ସାତ ଜଣିଆ ଟିମ୍‌ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଟିମ୍‌ରେ ଡବ୍ଲୁଏଚ୍‌ଓର ପ୍ରତିନିଧି, ଆଇସିଏମ୍‌ଆର୍‌ ଓ ଆରଏମ୍‌ଆରସିର ପ୍ରତିନିଧି ସାମିଲ୍‌ ଅଛନ୍ତି । କଣ୍ଟେନମେଣ୍ଟ କଟକଣା, ସର୍ଭେଲାନ୍ସ, ସ୍ବାସ୍ଥ୍ୟ ସମୀକ୍ଷା କରିବେ । ସୁରତ ଫେରନ୍ତାଙ୍କ ପାଇଁ ଗଞ୍ଜାମରେ କରୋନା ମାଡି ଚାଲିଥିବାବେଳେ ଏହାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି । ଏହି ସାତଜଣିଆ ଟିମ୍ କରୋନା ସ୍ଥିତି ନୀରିକ୍ଷଣ କରିବା ସହ ବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ