ଆଇନଜୀବୀଙ୍କୁ ଅପପ୍ରଚାର ମହଙ୍ଗା ପଡ଼ିବ

କଟକ: କେତେକ ଆଇନଜୀବୀ ଲକଡାଉନ ସମୟରେ ସାମାଜିକ ଗଣମାଧ୍ୟମରେ ରାଜ୍ୟ ଆଇନଜୀବୀ ପରିଷଦ ହେଉ ଅବା ଏହାର ସଦସ୍ୟଙ୍କ ଉପରେ ଖରାପ ଟିପ୍ପଣୀ ଦେଉଛନ୍ତି । ଉଦ୍ଦେଶ୍ୟମୂଳକ ଭାବେ ଏଭଳି କାର୍ଯ୍ୟ କରୁଛନ୍ତି । ଆଇନଜୀବୀଙ୍କ ସମସ୍ତ କମେଣ୍ଟ ଅବା ଭିଡିଓକୁ ସୁରକ୍ଷିତ ଭାବେ ରଖାଯିବା ସହ ପରବର୍ତ୍ତୀ ସମୟରେ ଏହି ଆଧାରରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାରତୀୟ ଆଇନଜୀବୀ ପରିଷଦ (ବିସିଆଇ) ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ବିସିଆଇ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ଏହିଭଳି ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ସେମାନଙ୍କ ସାର୍ଟିଫିକେଟରେ ବୈଧତା ଅଛି କି ନାହିଁ, ତାହାକୁ ରାଜ୍ୟ ଆଇନଜୀବୀ ପରିଷଦ ଯାଞ୍ଚ କରିବ । ଏଥିସହ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହିଭଳି ଆଇନଜୀବୀଙ୍କ ଦ୍ୱାରା ଦିଆଯାଇଥିବା ବିଭିନ୍ନ ଖରାପ ବାର୍ତ୍ତାକୁ ରାଜ୍ୟ ଆଇନଜୀବୀ ପରିଷଦ ସଂଗ୍ରହ କରି ବିସିଆଇକୁ ରିପୋର୍ଟ କରିବ । ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ରିପୋର୍ଟକୁ ସେଣ୍ଟ୍ରାଲ ଇଲେକ୍ସନ ଟ୍ରିବ୍ୟୁନାଲକୁ ପଠାଯିବ । ଏକ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏହି ସେଣ୍ଟ୍ରାଲ ଇଲେକ୍ସନ କମିଟିର ମୁଖ୍ୟ ଅଟନ୍ତି । ଏହି ଟ୍ରିବ୍ୟୁନାଲ ସମ୍ପୃକ୍ତ ଆଇନଜୀବୀଙ୍କୁ ତାଙ୍କର ଏହି ଭୁଲ କାର୍ଯ୍ୟ ପାଇଁ ଅଯୋଗ୍ୟ ଘୋଷଣା କରିପାରନ୍ତି । ଏବଂ ସେ ନିର୍ଦ୍ଧିଷ୍ଟ ସମୟ ପାଇଁ ବାର କିମ୍ବା ପରିଷଦର ନିର୍ବାଚନରେ ଭାଗ ନେଇପାରିବେ ନାହିଁ । ଏହି ଆଦେଶକୁ ଗୁରୁତର ସହ ନେବାକୁ ବିସିଆଇ ପ୍ରତ୍ୟେକ ରାଜ୍ୟ ଆଇନଜୀବୀ ପରିଷଦକୁ ନିର୍ଦ୍ଦେଶ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ