କଟକରେ ଜୋର୍ ଜବରଦସ୍ତି ଚାନ୍ଦା ଆଦାୟ କରି ୩ ଗିରଫ

କଟକ, (ଓ୍ବାଇଏନଏସ): ପୂଜା ପୂର୍ବରୁ ଜୋର୍ ଜବରଦସ୍ତି ଚାନ୍ଦା ଆଦାୟ ଉପରେ କଟକ କମିସନରେଟ୍ ପୁଲିସର କଡ଼ା ଆକ୍ସନ୍ । ବଳପୂର୍ବକ ଚାନ୍ଦା ଆଦାୟ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ । ମର୍କତନଗର ଥାନା ୨ ଜଣଙ୍କୁ ଏବଂ ଜଗତପୁର ଥାନା ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଆଗକୁ ଦଶହରା, କାଳୀପୂଜା ଓ କାର୍ତ୍ତିକେଶ୍ୱର ପୂଜା ଥିବାରୁ ଚାନ୍ଦା ଆଦାୟ ନାଁରେ ଦାଦାବଟିକୁ ନେଇ ପୁଲିସ ଆକ୍ସନ୍ ଆହୁରି କଡ଼ା ହେବ। ବଳପୂର୍ବକ ଚାନ୍ଦା ଆଦାୟ ବିରୋଧରେ କଟକ କମିସନରେଟ୍ ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ଜୋର୍ ଜବରଦସ୍ତି ଚାନ୍ଦା ଆଦାୟ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ମର୍କତନଗର ଥାନା ୨ ଜଣଙ୍କୁ ଏବଂ ଜଗତପୁର ଥାନା ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ରାସ୍ତାରେ ଗାଡ଼ି ଅଟକାଇ ଚାନ୍ଦା ମାଗିବା ଏବଂ ବ୍ୟବସାୟୀଙ୍କୁ ଜୋର୍ ଜବରଦସ୍ତି ଚାନ୍ଦା ମାଗିବା ନେଇ ସେମାନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ପୂଜା ସମୟରେ ଏଭଳି ଅଭିଯୋଗ ବଢୁଥିବାରୁ ଏହାକୁ ନେଇ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଉଛି। ଦାଦାବଟି କିମ୍ବା ଜୋର୍ ଜବରଦସ୍ତି ଚାନ୍ଦା ଆଦାୟ ହେଉଥିଲେ ୧୧୨ କିମ୍ବା ପୁଲିସ ପକ୍ଷରୁ ଜାରି ହୋଇଥିବା ମୋ:-  ୮୨୮୦୩୩୮୩୦୩ ନମ୍ବରରେ ସୂଚନା ଦେବାକୁ କହିଛନ୍ତି କଟକ ଡିସିପି। ଆଗକୁ ଦଶହରା, କାଳୀପୂଜା ଓ କାର୍ତ୍ତିକେଶ୍ୱର ପୂଜା ଥିବାରୁ ଜୋର୍ ଜବରଦସ୍ତି ଚାନ୍ଦା ଆଦାୟ ଏବଂ ଦାଦାବଟି ବିରୋଧରେ ପୁଲିସ ଆକ୍ସନ୍ ଆହୁରି କଡ଼ାକଡ଼ି ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ